ପାରଳାଖେମୁଣ୍ତି : ଗୁଣୁପୁର ଠାରୁ ନୌପଡା ପର୍ଯ୍ୟନ୍ତ ରେଳ ଚଳାଚଳ ପୁଣି ଆରମ୍ଭ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଟ୍ବିଟ୍ କରିଛନ୍ତି ପାରଳା ବିଧାୟକ କେ.ନାରାୟଣ ରାଓ। ଉକ୍ତ ଟ୍ବିଟ୍ରରେ ସେ ସ୍ଥାନୀୟ ଅଞ୍ଚଳର ଯୋଗାଯୋଗ ଏବ˚ ଗମନାଗମନ ବୃଦ୍ଧିପାଇଁ ଟ୍ରେନ ଚଳାଚଳ ପୁନର୍ବାର ଆରମ୍ଭ କରିବାର ଆବଶ୍ୟକ ରହିଥିବା ଉଲ୍ଲେଖ କରିଛନ୍ତି। ବିଶେଷ କରି ବିଶାଖାପାଟଣା ଠାରୁ ଗୁଣୁପୁର ଏବଂ ଗୁଣୁପୁର ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସକୁ ଯଥା ଶୀଘ୍ର ଚାଲୁ କରାଯାଉ। ସାଧାରଣ ଟ୍ରେନ ଚଳାଚଳ ନଥିବା ଯୋଗୁଁ ବହୁ ଗରିବଲୋକ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ସୁଚନାଯୋଗ୍ୟ ଯେ, କୋଭିଡ଼୍ କଟକଣା ପରେ ନୌପଡ଼ା ଠାରୁ ଗୁଣୁପୁର ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି।
ପାରଳାଖେମୁଣ୍ତି : ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କଲେ ବିଧାୟକ
/sambad/media/post_attachments/wp-content/uploads/2021/01/train-gajapati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)