ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତିରେ ବିଧାୟକଙ୍କ ସଂପୃକ୍ତି ଅଛି- ଗୌତମ

ପ୍ରମାଣିତ କରନ୍ତୁ ମୁଁ ରାଜନିତୀ ଛାଡ଼ି ଦେବି- ତାରା

ଜୟପୁର: ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଜୟପୁରରେ ରାଜନିତୀ ଉଷ୍ମତା ଜୋର ଧରିଛି।  ଏହି ଦୁର୍ନୀତିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସଂପୃକ୍ତି ରହିଛି ବୋଲି ବିଜେପି ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଯିଏ ତାଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ସିଏ  ଏହା ପ୍ରମାଣିତ କରି ଦେଖାନ୍ତୁ ସେ ରାଜନିତୀ ଛାଡ଼ିଦେବେ ବୋଲି କହିବା ଏହାର ତଦନ୍ତ ହେଉ ବୋଲି ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ସ୍କୁଲ ଗୁଡିକୁ ଯୋଗା ଯାଉଥିବା ମଧ୍ୟାହ୍ନ ଭୋଜନ ‌ଚାଉଳରେ ବସ୍ତା ପିଛା ୩ରୁ ୪କିଲୋ କମ୍ ରହିବା ଏବଂ ଏହାକୁ ନେଇ ବଡ଼ ଧରଣର ଦୁର୍ନୀତି ଚାଳିଥିବା ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ମୋହନ ମାଝୀ  ଓ ବିଧାନସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ ଉଠାଇଥିଲେ। ରାଜ୍ୟସରକାର ତୁରନ୍ତ ଏହାର ରିପୋର୍ଟ ଦେବାକୁ ଡିଇଓଙ୍କୁ ନିର୍ଦେଶ ଦିଆଯାଇଥିଲା। ରାଜ୍ୟସରକାର ୧୪ଟି ବ୍ଲକର ୧୧୪ଜଣ ସିଆରସିସିଙ୍କୁ ଅନ୍ତର କରି ମୂଳ ଶିକ୍ଷକ ପଦବୀକୁ ଫେରାଇବା ସହ  ୧୪ଟି ବ୍ଲକରେ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ କାମ କରୁଥିବା ୧୩ଜଣ ଡାଟା ଏଣ୍ଟ୍ରି ଅଫରେଟରଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନିର୍ଦେଶ ଦେଇଥି‌ଲେ।

ପ୍ରକୃତ ଘଟଣାର ତଦନ୍ତ ନ କରି ଏଭଳି ସିଆରସିସି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ଅନ୍ତର କରିବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି। ଶିକ୍ଷକ ସମାଜ ପ୍ରତି ଏହା ଅପମାନ ଓ  ଲଜ୍ଜାଜନକ ପରିସ୍ଥିତି ରାଜ୍ୟସରକାର ଉପୁଜାଇଛନ୍ତି ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ। ବିଧାନସଭାରେ ବିଜେପି ବିଧାୟକ ପ୍ରଶ୍ନ କରିବା ପରେ ହିଁ ଜୟପୁର ବିଧାୟକ ଏହି ପ୍ରଶ୍ନ ଉଠାଇଥିଲେ। ଜୟପୁର ବିଧାୟକଙ୍କ ସହ ଚାଉଳଯୋଗାଣକାରୀ ଠିକାଦାରଙ୍କ ପାରିବାରିକ ସଂପର୍କ ରହିଥିବାରୁ ସେ ବିଧାନସଭାରେ ବିନା ତଦନ୍ତରେ ହିଁ ମୁଖ୍ୟ ଠିକାଦାରଙ୍କୁ କ୍ଲିନ୍ ଚିଟ୍ ଦେଉଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ପ୍ରତି ସଂଦେହ ବଢ଼ିବା ସହ  ବିଧାୟକଙ୍କର ସଂପୃକ୍ତି ରହିଥିବା ବି ସ୍ପଷ୍ଟ ବାରି ହେଉଛି। ତେଣୁ ବିଧାୟକଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶ୍ରୀ ସାମନ୍ତରାୟ ଦାବି କରିଥିଲେ। ଯୋଗାଣକାରୀ ସଂସ୍ଥା ସ୍କୁଲରେ ଶ୍ରେଣୀ ଚାଳିବା ସମୟରେ,  ଶିକ୍ଷକ ମାନେ ଶ୍ରେଣୀଗୃହରେ ବ୍ୟସ୍ତ ରହିବା ବେଳେ ଏବଂ ସ୍କୁଲ ବନ୍ଦ ହେବା  ସହ ୫ଟା ପରେ ଚାଉଳ ‌ପହଚାଂଉଛନ୍ତି। ଓଜନ କରି ଚାଉଳ ବସ୍ତା ଦେବା ବଦଳରେ ସେଭଳି କମ୍ ଓଜନର ଚାଉଳ ବସ୍ତା ପକାଇ ପଳାଉଛନ୍ତି  ।  କାହିଁକି ଏବେ ପର୍ଯ୍ୟନ୍ତ ଚାଉଳ ଯୋଗାଣକାରୀ ସଂସ୍ଥାକୁ ତଦନ୍ତ ପରିସରବୁକ୍ତ କରାଯାଇ ନାହିଁ ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି।  ବିଜେପିର ଏକ ସ୍ବତନ୍ତ୍ର ଦଳ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କ ସହ ଭେଟି ଏ ନେଇ ଆଲୋଚନା କରିବ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିବ। ଏଭଳି ନ ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ବିଧାନସଭାରେ ପ୍ରଶ୍ନ ଉଠିବା ପରେ ବିଭାଗୀୟ ମନ୍ତ୍ରୀ ତଦନ୍ତ ପାଇଁ ଟିମ୍ ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାର ତଦନ୍ତ ହେଉ ‌ଏଥିରେ ଯେଉଁ ଦଳର ନେତା ରହିଥାନ୍ତୁ ସେ ଯଦି ଦୋଷ କରିଛନ୍ତି ତାଙ୍କୁ ଦଣ୍ଡ ଦିଆଯାଉ । ତାଙ୍କ ବିରୋଧରେ ବିରୋଧୀ ଏଭଳି ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଜୟପୁର ନିର୍ବାଚନମଣ୍ଡଳୀ ବାସୀ ଠିକ ଭାବେ ଜାଣିଛନ୍ତି ଯେ କିଏ ଦୁର୍ନୀତିଖୋର ବୋଲି କହିଛନ୍ତି  ବିଧାୟକ। ତଦନ୍ତକୁ ‌ସେ ସ୍ବାଗତ କରୁଛନ୍ତି ଏବଂ ତଦନ୍ତ ହେଉ ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର