ଗାଁ ଦାଣ୍ଡରେ ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ: ଚାଲିଛି ଜନଶୁଣାଣି, ବୁଝୁଛନ୍ତି ଲୋକଙ୍କ ସମସ୍ୟା

ସୁନ୍ଦରଗଡ଼: ଗାଁ ଦାଣ୍ଡରେ ବସିଛନ୍ତି ବିଧାୟିକା । ରାସ୍ତା ମଝିରେ ପଡ଼ିଛି ଜରି ପାଲ । ବିଧାୟିକାଙ୍କ ଆଗରେ ବସିଛନ୍ତି ଗ୍ରାମବାସୀ । ଏମିତି ଗାଁ ଦାଣ୍ଡରେ ଚାଲିଛି ଜନଶୁଣାଣି । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏପରି ଏବେ ଗାଁ ଗାଁରେ ବସୁଛି ଖୋଲାମଞ୍ଚ ଜନଶୁଣାଣି। ଗାଁକୁ ଗାଁ ବୁଲି ବୁଲି ବିଧାୟିକା ସିଧାସଳଖ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି ।

ବିଧାୟିକାଙ୍କର ଏହି ଯୋଜନା ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକର ମେଗଡେଗା ପଞ୍ଚାୟତର ୯ଟି ରାଜସ୍ୱ ଗାଁରୁ ଆରମ୍ଭ ହୋଇଛି । ଲୋକଙ୍କ ଠାରୁ ସମସ୍ୟା ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ସେହି ସ୍ଥାନରୁ କଥା ହୋଇ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବିଧାୟିକା କୁସୁମ ଟେଟେ।

ଅନେକ ସମୟରେ ଲୋକେ ସମସ୍ୟା ଜଣାଇବାକୁ ବିଧାୟକଙ୍କ ଭେଟ ପାଇନଥାନ୍ତି । ସାକ୍ଷାତ ବି ହୋଇପାରିନଥାଏ । କିନ୍ତୁ ଏବେ ବିଧାୟକ ନିଜେ ଆସୁଛନ୍ତି ଗାଁକୁ । ଲୋକଙ୍କ ନିକଟକୁ । କଥା ହେଉଛନ୍ତି, ସମସ୍ୟା ବୁଝୁଛନ୍ତି, ସମାଧାନ କରାଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା , ବିଧାୟକ ହେବ ତ ଏମିତି ।

ସମ୍ବନ୍ଧିତ ଖବର