ଭୁବନେଶ୍ବର/ରାଉରକେଲା: ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘୋଷଣା ପରେ ମଧ୍ୟ ବେଦବ୍ୟାସ ଝୁଲାପୋଲ ନିର୍ମାଣ କାମ ଆରମ୍ଭ ହେଉନି। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ  ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପୂର୍ତ୍ତମନ୍ତ୍ରୀଙ୍କୁ ତାଙ୍କ ଭୁବନେଶ୍ବରସ୍ଥ ବାସଭବନରେ ଭେଟିଛନ୍ତି। ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଧାୟକ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ଆଲୋଚନାରେ ତ୍ରିବେଣୀ ସଙ୍ଗମ କୂଳକୁ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରିବାକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ସଙ୍ଗମ କୂଳକୁ ବର୍ଷର ବାରମାସ ଓଡ଼ିଶାର ସମେତ ପଡ଼ୋଶୀ ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ ରାଜ୍ୟର ଲୋକୋ ବୁଲିବାକୁ ଆସିଥାନ୍ତି। ତେଣୁ ଏହି ସ୍ଥାନର ମହତ୍ଵ ଅଧିକ ଥିବାରୁ ବେଦବ୍ୟାସ ତ୍ରିବେଣୀ ସଙ୍ଗମସ୍ଥଳର ବିକାଶ କରିବା ପାଇଁ ବିଧାୟକ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ୧୨ ଲକ୍ଷ ବୀମାଭୁକ୍ତ ଶ୍ରମିକ ପରିବାରକୁ ଧୋକା: ଇଏସ୍‌ଆଇ ମଡେଲ ହସ୍ପିଟାଲ କାହା ସ୍ବାର୍ଥରେ

ପୂର୍ତ୍ତମନ୍ତ୍ରୀ ରାଉରକେଲାରେ ଏକ ସଭାରେ ବେଦବ୍ୟାସରେ ୩୫ କୋଟି ଟଙ୍କା ବ୍ୟୟରେ ଏହା ଦେଶର ପ୍ରଥମ କାଚ ଚଟାଣ ଥିବା ଝୁଲାପୋଲ ହେବ ବୋଲି କହିଥିଲେ। ଲୋକେ ପୋଲ ଉପରେ ଚାଲିଚାଲି ଗଲାବେଳେ ପୋଲ ତଳେ ବ୍ରାହ୍ମଣୀ ନଦୀର ପାଣି ବୋହି ଯାଉଥିବା ଦେଖିପାରିବେ। ଏହି ଝୁଲାପୋଲ ରାଉରକେଲା ପର୍ଯ୍ୟଟନ ପାଇଁ ଏକ ଅନନ୍ୟ ଆକର୍ଷଣ ହେବ। 

ଏହାସହ ବେଦବ୍ୟାସକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ତୀର୍ଥକ୍ଷେତ୍ର ଭାବେ ରୂପାନ୍ତରିତ କରିବାକୁ ରହିଥିବା ଯୋଜନା ବିଷୟରେ କହିଥିଲେ। କିନ୍ତୁ ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ କାମ ଆରମ୍ଭ ‌ହୋଇନାହିଁ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ୫ ଲକ୍ଷ ମୁସଲମାନ ଇଦ୍ ପାଳନ କରିବେ ନାହିଁ: ମରିୟମ ସରକାରଙ୍କ କଡ଼ା ଆଇନ

sundargarh Prithviraj Harichandan