ଧାନ ବିକିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଏସ.ରାମପୁର : ସୁବର୍ଣ୍ଣପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାମପୁର ପେକ୍ସ୍‌କୁ ଯାଇ ଧାନ ବିକ୍ରି କରିଛନ୍ତି। ସୋମବାର ୨୫ ତାରିଖରେ ତାଙ୍କ ଟୋକନ୍‌ ଆସିବା ପରେ ନିଜେ ପେକ୍ସ୍‌ର ନୂତନ ମାର୍କେଟ ୟାର୍ଡ ଗୋଦାମ ଗୃହ ସ୍ଥିତ କାର୍ଯ୍ୟାଳକୁ ଯାଇ ଆଖି ସ୍କାନିଂ କରି ନିଜର ୨୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପେକ୍ସ ସମ୍ପାଦକ ତ୍ରିଲୋଚନ ସାହୁ। ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅବସରରେ ରାମପୁର ପେକ୍ସର ନୂତନ ଗୋଦାମ ଗୃହ ଓ ମାର୍କେଟ ୟାର୍ଡ ବୁଲି ଦେଖିଥିଲେ। କରୋନା ପାଇଁ ସରକାରଙ୍କ ସମସ୍ତ ନିୟମ ଯେମିତି ପେକ୍ସରେ ପାଳନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପେକ୍ସ ସମ୍ପାଦକ ଶ୍ରୀ ସାହୁ ଓ ପେକ୍ସ କର୍ମଚାରୀଙ୍କୁ ତାଗିଦ କରିଥିଲେ। ଏହା ସହିତ ଚାଷୀ ଯେମିତି ହଇରାଣ ନ ହୁଅନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ କହିଥିଲେ।

ସମ୍ବନ୍ଧିତ ଖବର