ଦୁଇ ପ୍ରଧାନ ବିଚାରପତିଙ୍କ ବାପା ଦୁଇଥର ଓଡ଼ିଶା ବିଧାୟକ

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦ ମଣ୍ତନ କରିବାର ସୌଭାଗ୍ୟ ବର୍ତ୍ତମାନ ସୁଦ୍ଧା କେବଳ ତିନିଜଣ ଓଡ଼ିଆଙ୍କ ଭାଗ୍ୟରେ ଜୁଟିଛି। ସ˚ଯୋଗବଶତଃ ଏମାନଙ୍କ ଭିତରୁ ଦୁଇଜଣ ଗୋଟିଏ ପରିବାରର ଏବ˚ ସେ ଦୁଇଜଣଙ୍କ ବାପା ଭିନ୍ନଭିନ୍ନ ସମୟରେ ଓଡ଼ିଶା ବିଧାନସଭାର ବିଧାୟକ ରହିଛନ୍ତି ଦୁଇ ଦୁଇଥର।

୨୫ ସେପ୍ଟେମ୍ବର ୧୯୯୦ରେ ସୁପ୍ରିମକୋର୍ଟର ୨୧ତମ ପ୍ରଧାନ ବିଚାରପତି ରୂପେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ନ୍ୟାୟମୂତ୍ତିର୍ି ରଙ୍ଗନାଥ ମିଶ୍ର ୨୪ ନଭେମ୍ବର ୧୯୯୧ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ। ତାଙ୍କ ବାପା ପଣ୍ତିତ ଗୋଦାବରୀଶ ମିଶ୍ର ଓଡ଼ିଶାର ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ବ। ସତ୍ୟବାଦୀର ପଞ୍ଚସଖାଙ୍କ ମଧୢରୁ ଅନ୍ୟତମ ଗୋଦାବରୀଶ ଓଡ଼ିଶାରେ କ˚ଗ୍ରେସ ଦଳର ଅନ୍ୟତମ ପ୍ରାଣପ୍ରତିଷ୍ଠାତା। ସ୍ବାଧୀନତା ପୂର୍ବରୁ ଅନୁଷ୍ଠିତ ୧୯୩୭ ବିଧାନସଭା ନିର୍ବାଚନରେ ସେ ପଶ୍ଚିମ-ଖୋର୍ଦ୍ଧା ଜେନେରାଲ ଆସନରୁ ନିର୍ବାଚିତ ହୋଇଆସିଥିଲେ ଏବ˚ ୧୯୪୧ ମସିହାରେ ରାଜ୍ୟ ମନ୍ତ୍ରିମଣ୍ତଳରେ ଅର୍ଥ ଓ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ। ଦେଶ ସ୍ବାଧୀନ ହେବାପରେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ପୁଣିଥରେ ବାଣପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ।

ପଣ୍ତିତ ଗୋଦାବରୀଶ ଓ ପତ୍ନୀ ଅମ୍ବିକା ଦେବୀଙ୍କ କୋଳମଣ୍ତନ କରି ଯେଉଁ ତିନୋଟି ପୁତ୍ରସନ୍ତାନ ସ˚ସାରକୁ ଆସିଥିଲେ ସେମାନେ ହେଲେ ରଘୁନାଥ (ଜନ୍ମ-୧୯୧୬), ଲୋକନାଥ (ଜନ୍ମ-୧୯୨୨) ଓ ରଙ୍ଗନାଥ (୧୯୨୬)। ଏଥି ମଧୢରୁ ସାନପୁଅ ରଙ୍ଗନାଥ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ।

ରଙ୍ଗନାଥ ମିଶ୍ରଙ୍କ ପରେ ନ୍ୟାୟମୂର୍ତ୍ତି ଗୋପାଳବଲ୍ଲଭ ପଟ୍ଟନାୟକ ଦ୍ବିତୀୟ ଓଡ଼ିଆ ହିସାବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କ ପରେ ଗତ ୨୦୧୭ ମସିହା ଅଗଷ୍ଟ ୨୮ରେ ତୃତୀୟ ଓଡ଼ିଆ ହିସାବରେ ଦେଶର ୪୫ତମ ପ୍ରଧାନ ବିଚାରପତି ଦାୟିତ୍ବ ଗ୍ରହଣ କରିଥିଲେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର। ସ˚ଯୋଗକ୍ରମେ ସେ ମଧୢ ପଣ୍ତିତ ଗୋଦାବରୀଶଙ୍କ ପରିବାରର ଦାୟାଦ। ଗୋଦାବରୀଶଙ୍କ ବଡ଼ପୁଅ ରଘୁନାଥ ମିଶ୍ର ଓ ବୋହୂ ଚଞ୍ଚଳା ଦେବୀଙ୍କ ପୁତ୍ର ଦୀପକ ଜନ୍ମ ନେଇଥିଲେ ୧୯୫୩ ମସିହାର ଅକ୍ଟୋବର ୩ ତାରିଖରେ।

ପଣ୍ତିତ ଗୋଦାବରୀଶଙ୍କ ଅନ୍ୟ ଦୁଇପୁଅ ଲୋକନାଥ ଓ ରଙ୍ଗନାଥଙ୍କ ତୁଳନାରେ ବଡ଼ପୁଅ ରଘୁନାଥ ମିଶ୍ରଙ୍କ ବିଷୟରେ ଲୋକେ କମ୍‌ ଆଲୋଚନା କରନ୍ତି। କାରଣ ତାଙ୍କର କାର୍ଯ୍ୟକ୍ଷେତ୍ର ମୁଖ୍ୟତଃ ବାଣପୁରରେ ସୀମିତ ଥିଲା। ଶିକ୍ଷକତା ବୃତ୍ତି ଗ୍ରହଣ କରିଥିବା ରଘୁନାଥ ବଡ଼ପୁଅ ହିସାବରେ ପରିବାର ଦାୟିତ୍ବରେ ବାନ୍ଧିହୋଇ ବାଣପୁରରେ ହିଁ ରହିଯାଇଥିଲେ। ମାତ୍ର ସେ ମଧୢ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବାପା ଗୋଦାବରୀଶଙ୍କ ମୃତ୍ୟୁ ପରେ ସେ ତାଙ୍କର ନିର୍ବାଚନ କ୍ଷେତ୍ର ବାଣପୁରରୁ ୧୯୬୧ ନିର୍ବାଚନରେ କ˚ଗ୍ରେସ ପ୍ରାର୍ଥୀ କବି ସଚ୍ଚିରାଉତରାୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୭ରେ ଅନୁଷ୍ଠିତ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ସେ ପୁଣିଥରେ ଏହି ଆସନରୁ କ˚ଗ୍ରେସ ଟିକେଟରେ ବିଜୟୀ ହେଲେ। ଏଥର ତାଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ ସ୍ବାଧୀନ ପ୍ରାର୍ଥୀ ରାମଚନ୍ଦ୍ର ପ୍ରହରାଜ।

ବାଣପୁରଠାରେ ପ୍ରତିଷ୍ଠିତ ଗୋଦାବରୀଶ ବିଦ୍ୟାପୀଠ ଓ ଗୋଦାବରୀଶ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା କ୍ଷେତ୍ରରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ତା’ଛଡ଼ା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଅନେକଗୁଡ଼ିଏ ପାଠ୍ୟପୁସ୍ତକ ମଧୢ ପ୍ରଣୟନ କରିଯାଇଛନ୍ତି। ପଣ୍ତିତ ଗୋଦାବରୀଶଙ୍କ ଦ୍ବାରା ରଚିତ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ସନ୍ନିବେଶିତ ‘ଦୁଇ-ଚାରି-କଥା’ ଭୂମିକାଟି ତାଙ୍କର ରଚନା।

ସୁପ୍ରିମକୋର୍ଟର ଦୁଇ ଦୁଇଜଣ ପ୍ରଧାନ ବିଚାରପତି ଗୋଟିଏ ପରିବାରରୁ ଆସିବା ଏବ˚ ସେମାନଙ୍କର ବାପା ଦୁଇ ଦୁଇଥର ବିଧାୟକ ରହିବାର ଏଭଳି ଅନନ୍ୟ ଉଦାହରଣ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର