ବ୍ରହ୍ମପୁର: ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ କଲେ ସ୍ଥାନୀୟ ବିଜେଡି ନେତା।  ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ପୁଲିସ ଉପ ସ୍ଥିତିରେ ପିଟାପିଟି ହୋଇଛି। ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରୁଛି।

Advertisment

ତେଣେ ଆଜି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ବେଗୁନିଆପଡ଼ା ବ୍ଲକ ଛକରୁ ଉଠେଇନେଇଥିଲା ପୁଲିସ। ଠିକ୍ ସେହିପରି ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ରାମ ପାତ୍ରଙ୍କୁ ଅଟକ ରଖିଲା ପୁଲିସ।  ତେଣେ ୫ଟି ସଚିବଙ୍କ ଗଞ୍ଜାମ ବେଗୁନିଆପଡ଼ା ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେ ୪ଟା ୧୫ ବଦଳରେ ୨ଟା ୧୫ ମିନିଟ ସମୟରେ ରଙ୍ଗେଇଲୁଣ୍ଡା ଯିବେ ବୋଲି ଜଣାଯାଇଛି। ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ଜଣାଯିବା ପରେ ଗସ୍ତ ସୂଚୀରେ ପରିବର୍ତ୍ତନ କରା ଯାଇ ଥିବା ଅନୁମାନ କରାଯାଉଛି।ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ାର ଶନିମନ୍ଦିର ପଡ଼ିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୫ଟି ସଚିବ। ମଞ୍ଚ ଉପରେ ଜୟ ମା ତାରାତାରିଣୀ କହି ସେ ନିଜ ଅଭିଭାଷଣ ଆରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ କଲେଜର ରୂପାନ୍ତରିକରଣ ହେବ ବୋଲି କହିଛନ୍ତି। ସଭାସ୍ଥଳରେ ଜାମର ବା ନେଟୱାର୍କ କଂଜେଶନ ଯୋଗୁ ଭିଜୁଆଲ ଆସି ପାରୁ ନାହିଁ।

୫-ଟି ସଚିବଙ୍କ ବ୍ରହ୍ମପୁର ଗସ୍ତକୁ ନଜରରେ ରଖି ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକ ଆଜି ଅଘୋଷିତ ଭାବେ ଛୁଟି ଘୋଷଣା କରାଯାଇଛି। ଏ ନେଇ କଲେଜଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଯୋଗ ଦେବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।