ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ, ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ବି ମୁହଁ ଖୋଲିଲେ ବିଧାୟକ

ଭୁବନେଶ୍ବର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ  ବୁଲିଥିଲେ ତେବେ  ସରକାର ସେତେବେଳେ କାହିଁକି କହୁନଥିଲେ ଏବେ କାହିଁକି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ଗସ୍ତ କରିଛନ୍ତି ।  ଏଥିରେ କିଛି ଅସୁବିଧା ନାହିଁ କି ସେ ଭୁଲ କରିନାହାନ୍ତି । ସେ ପୁଣେ ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାଜ୍ୟରେ ପରୀ ମୃତ୍ୟୁ, ହାଜତ ମୃତ୍ୟୁ,  ଚାଷୀ ଆତ୍ମହତ୍ୟା ଉଦ୍ୟମ ଏତେ ବଡ଼ ଘଟଣା ଥାଇ କି ତା ଉପରେ ତଦନ୍ତ କରାଯାଉଛି କିନ୍ତୁ ତାଙ୍କ ସଂପର୍କୀୟ ଓ ସମର୍ଥକଙ୍କୁ ପୁଲିସ ହଇରାଣ କରୁଛି ଓ ଥାର୍ଡ ଡିଗ୍ରି ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ପୁଲିସ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟ କରିବା ସହ ତାଙ୍କ ସମର୍ଥକଙ୍କ ଉପରେ ଚାପ ପକାଉଛି । ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର