ବ୍ରହ୍ମପୁର: ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ପୁଣି ଏକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଟାଉନ୍ ଥାନା ଅଂଚଳର ଜଣେ ମହିଳା ୨୦୧୬ ମସିହାରେ ରମେଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଏନେଇ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାରଣା ଏଡିଜେ-୩ୟ ଡା. ଇନ୍ଦୁ ଶର୍ମାଙ୍କ କୋର୍ଟରେ ହୋଇଥିଲା। ୮ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ରମେଶ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି।
ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ନିର୍ମଳ ସାହୁ ଓ ସରୋଜ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ। ଜଣେ ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ସହ ହତ୍ୟା ଧମକ ଅଭିଯୋଗ ନେଇ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ଥିବା ବିଧାୟକ ରମେଶ ଜେନା ଗତକାଲି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ।