ବିଧାୟକ ସାରଦାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ରାଉରକେଲା/କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ଗ୍ରାମ ନିକଟରେ ଆଜି ଅପରାହ୍ନରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ, ବିଧାୟକ ଶ୍ରୀ ନାୟକ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ଶ୍ରୀ ନାୟକ ଆଜି ତାଙ୍କ ଫର୍ଚ୍ୟୁନର କାର୍‌ (ଜେଏଚ୍‌-୦୭କେ-୮୪୭୫)ରେ ରାଉରକେଲାରୁ ଭୁବନେଶ୍ବର ଯାଉଥିବା ସମୟରେ ଅପରାହ୍ନ ପ୍ରାୟ ୩ଟାରେ କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ଗାଁ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଏକ କ୍ରେନ୍‌ (ହାଇଡ୍ରା) ସହିତ ଧକ୍କା ହୋଇଥିଲା। କାର୍‌ରେ ବିଧାୟକଙ୍କ ସହ ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ ଥିଲେ। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବିଧାୟକ ଶ୍ରୀ ନାୟକ, ପିଏସ୍‌ଓ ରାକେଶ ଓ କାର୍‌ ଡ୍ରାଇଭର ସୁରକ୍ଷିତ ଥିବା ଜଣାଯାଇଛି। ପରେ ବିଧାୟକ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ ଯୋଗଦେବାକୁ ଚାଲି ଯାଇଥିଲେ।

କାମାକ୍ଷାନଗର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଓ କ୍ରେନ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର