ଆନନ୍ଦପୁର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମା’ତାରିଣୀଙ୍କ ଆଶୀର୍ବାଦରେ ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଏଠାକାର ଲୋକେ ମୋତେ ଅନୁରୋଧ କଲେ। ଆଜି ସେମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ।
/sambad/media/post_attachments/wp-content/uploads/2024/05/Untitled-5-300x135.png)
ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ବିଜେପି ଟିକେଟରେ ଲଢ଼ିବା ପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଏନେଇ ସେ ଘସିପୁରାର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ତେବେ ବିଜେପି ଡ. ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘୋଷଣା ପରେ ଖୋଦ୍ ବିଜେପି କର୍ମୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ଶ୍ରୀ ପଟ୍ଟନାୟକଙ୍କ ଆନନ୍ଦପୁରସ୍ଥିତ ବାସଭବନରେ ଘସିପୁରା ନିର୍ବାଚନମଣ୍ଡଳୀର ଦୁଇ ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବୈଠକ ହୋଇଥିଲା। ସମର୍ଥକଙ୍କ ସହ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Soumyaranjan-Pattnaik-Files-Nomination_Thumbnail.jpg)