ଜୟପୁର: ଜୟପୁର ବ୍ଲକର ରାଣୀଗଡ ପଂଚାୟତର ମୂଳାସର ଓ ଟାଙ୍କୁଆ ଠାରେ ଆଜି ଠାରୁ ଆରମ୍ଭ ହୋଇଛି  ଅଷ୍ଠ ପ୍ରହର ନାମଯଜ୍ଞ। ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଭାଗ ନେଇ ପୂଜାଅର୍ଚ୍ଚନା କରିବା ସହ ନାମସଂକୀର୍ତ୍ତନ ଦଳ ସହ ଭାଗ ନେଇ ଗିନି ବଜାଇ ନାମ ସଂକୀର୍ତ୍ତନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତ ମାନେ ମଧ୍ୟ ତାଙ୍କ ସହ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପରିଷଦ ସଭ୍ୟା ଆସ୍ଥା ନାୟକ, ରଶ୍ମି ରଥ ଆଦି ଭାଗ ନେଇଥିଲେ।