ଶୀତଳଭଣ୍ଡାର ନାହିଁ: ଚା‌ଷୀମାନେ ଅଦା, ହଳଦୀ ଓ ଅଳସୀ ସାଇତି ରଖି ପାରୁନାହାନ୍ତି: ତାରା

ଜୟପୁର: କୋରାପୁଟ ଜିଲ୍ଲାରେ ଉତ୍ପ‌ାଦିତ ହେଉଥିବା ଅଦା, ହଳଦୀ ଓ ଅଳସୀ ପାଇଁ ଜିଆଇ ଟ୍ୟାଗ୍ କୋରାପୁଟଜିଲ୍ଲା ପ୍ରଶାସନ ଆବେଦନ କରି ନ ଥିବା ବିଧାନସଭାରେ ହୋଇଥିବା ପ୍ରଶ୍ନଉତ୍ତରରେ ସ୍ପଷ୍ଟ ହୋଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ପ୍ରଶ୍ନ କରିଥିଲେ। ଜିଲ୍ଲାରେ ଅଳସୀ, ହଳଦୀ ଓ ଅଦା  ସବୁ ବ୍ଲକରେ ‌ଉତ୍ପାଦିତ ହେଉଛି। ଜିଲ୍ଲାରେ ଅଳସୀ ୧୨ହଜାର ୩୨୨ହେକ୍ଟର ଜମିରେ ଚାଷ କରାଯାଉଛି। ସେଭଳି ଅଦା ୫୮୫୩ହେକ୍ଟର ଓ ହଳଦୀ ୧୧୪୩ହେକ୍ଟର ଜମ‌ିରେ ଚାଷ ହେଉଛି।

ଜିଲ୍ଲାରେ ଉତ୍ପାଦିତ ଅଦା, ହଳଦୀ ଓ ଅଳସୀ ଭୁବନେଶ୍ବର ସମେତ ପଡୋଶୀ ରାଜ୍ୟ ଗୁଡିକୁ ବ୍ୟାପକ ଭାବେ ରତ୍ପାନୀ କରାଯାଉଛି। ତେବେ ଏହାକୁ ଦଲାଲ ଓ ମଧ୍ୟସ୍ଥ ମାନେ କି‌ଣି ନେଇ ବାହାର ରାଜ୍ୟରେ ବିକ୍ରି କରୁଛନ୍ତି। ଏଠାରେ ପ୍ରଥମତଃ ଶୀତଳଭଣ୍ଡାର ନଥିବାରୁ ଏହାକୁ ଆଉ ସାଇତି ଚା‌ଷୀମାନେ ରଖି ପାରୁନାହାନ୍ତି। ଅପରପକ୍ଷରେ ଏଠାରେ ବହୁଳ ପରିମାଣରେ ଉତ୍ପାଦିତ ତିନି ପ୍ରମୁଖ ସ୍ବାସ୍ଥ୍ୟ ହୀତକାରୀ ଅଳସୀ, ଅଦା ଓ ହଳଦୀର ଜିଆଇ ଟ୍ୟାଗ୍ କରି ପେଟଣ୍ଟ କରାଯାଇଥିଲେ ଏହାର ଦର ବୃଦ୍ଧି ପାଇଥାନ୍ତା। ସରକାର ମଧ୍ୟ ଏହାର ବିକ୍ରିବଟାର ବ୍ୟବସ୍ଥା କରିଥାନ୍ତେ। ସରକାର ଉଚିତ ଏମଏସପି ଦରରେ କିଣିଥାନ୍ତେ। ଦଲାଲ ରାଜ ବନ୍ଦ ହେବା ସହ ଚାଷୀମାନେ ଲାଭ ପାଇଥାନ୍ତେ ବୋଲି ଜୟପୁର ବିଧାୟକ କହିଛନ୍ତି।

ତେବେ ଜିଲ୍ଲାପ୍ରଶାସନକୁ ଏ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଜିଆଇ ଟ୍ୟାଗ୍ ପଂଜୀକରଣ ପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ତଥ୍ୟ ଏବଂ ବିବରଣୀ ମଗାଯାଇଥିଲା।ତେବେ ଜିଅ ଗ୍ରାପିକାଲ ଇଣ୍ଡିକେସନର ମାନ୍ୟତା ପାଇଁ କୌଣସି ନିର୍ଦ୍ଧିଷ୍ଟ ପ୍ରସ୍ତାବ ବିଭାଗ ପାଇନଥିବା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଉତ୍ତର ରଖିଥିଲେ। ଜିଲ୍ଲାପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ବିଞାନ ଓ ବୈଷୟିକ ବିଭାଗକୁ ତୁରନ୍ତ ସଂପୁର୍ଣ୍ଣ ବିବରଣୀ ଦେଲେ  ଏହି ବିଭାଗ ଅଳସୀ , ଅଦା ଓ ହଳଦୀର ଜି ଆଇ ଟ୍ୟାଗ୍ ପାଇଁ ଆବେଦନ କରିବେ ଏବଂ ଜିଲ୍ଲାର ସବୁ ବ୍ଲକର ଚାଷୀ ବି ଲାଭାନ୍ବିତ ହେବେ। ବିଶ୍ବବଜାରରେ କୋରାପୁଟ ଜିଲ୍ଲାର ନାଁ ବି ସ୍ଥାନିତ ହୋଇ ପାରିବ‌ ବୋଲି ଜୟପୁର ବିଧାୟକ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର