ଆଜି ‘ମୋ ଅନୁଭୂତିରେ ଶ୍ରୀଜଗନ୍ନାଥ’ ଜାତୀୟସ୍ତରୀୟ ୱେବିନାର୍‌

ପୁରୀ : ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ଆଜି ‘ମୋ ଅନୁଭୂତିରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଏକ ଜାତୀୟ ସ୍ତରୀୟ ୱେବିନାର ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେବ। ଏଥିରେ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଭୁବନେଶ୍ବର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ନାଲ‌୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଗୁଜରାଟ ସୋମନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଗୋପବନ୍ଧୁ ମିଶ୍ର, ସମ୍ବାଦ ଗ୍ରୁପ୍ କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଯୋଗ ଦେବେ। ଅନୁଷ୍ଠାନର ଉପଦେଷ୍ଟା ବଦ୍ରିମିଶ୍ର, ଉପାଧ୍ୟକ୍ଷ ଭରତ ନାୟକ , ସାଧାରଣ ସଂପାଦକ ରାଜେଶ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ।

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କଭକ୍ତ ଓ ଜଗନ୍ନାଥ ପ୍ରେମୀମାନେ ନିମ୍ନରେ ଦିଆଯାଇଥିବା ଫେସ୍‌ବୁକ୍ ଲିଙ୍କ୍ https://www.facebook.com/events/295048702308208/?sfnsn=wiwspwa କୁ ଯାଇ କ୍ଲିକ୍ କଲେ ‘ମୋ ଅନୁଭୂତିରେ ଶ୍ରୀଜଗନ୍ନାଥ’ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର