ରାଉରକେଲା: ରାଉରକେଲାରୁ ଦେଓଗାଁକୁ ଆଡ଼କୁ ଯାଉଥିବା ମୋ’ ବସ୍‌ ଆଜି ଦୁର୍ଘଟଣାର ଶିକାର ହୋଇଛି। ବସ୍‌କୁ ପଛପଟୁ ଏକ ହାଇୱା ଧକ୍କା ଦେବାରୁ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତେବେ ବଡ଼ ଧରଣର ଅଘଟଣ କିନ୍ତୁ ଟଳିଯାଇଛି। ଆଜି ଦିନ ପ୍ରାୟ ଦେଢ଼ଟା। ମୋ’ ବସ୍‌(ଓଡି୧୪-ଏସି-୩୩୭୩) ରାଉରକେଲାରୁ ବାହାରି ହକି ଛକ ଦେଇ ଦେଓଗାଁ ଆଡ଼କୁ ଯାଉଥିଲା। ବସ୍‌ଟି ତରକେରା ପମ୍ପ୍‌ହାଉସ୍‌ ନିକଟରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ଛିଡ଼ା ହୋଇଥିଲା। ଏତିକିବେଳେ ସମାନ ଦିଗରେ ଦୃତ ଗତିରେ ଯାଉଥିବା ଏକ ହାଇୱା(ଓଡି୧୬-ଇ-୫୯୭୬) ପଛପଟୁ ବସକୁ ଧକ୍କା ଦେଇଥିଲା। ଫଳରେ ହାଇୱାର ସମ୍ମୁଖ ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ବସ୍‌ର ପଛପଟ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଛି।

Advertisment

publive-image