ପୁରୀ: ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋ ବସ ସହ କାର ଧକ୍କା, ଜଣେ ମୃତ। ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ ଧକ୍କା ଦେଇ ଏକ ଗଛକୁ ଦେଲାଥିଲା ମୋ ବସ୍।
/sambad/media/post_attachments/wp-content/uploads/2023/09/bus-1024x470.jpg)
ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। କାରରେ ୫ ଜଣ ଯାତ୍ରୀ ଥିଲେ। ମୃତକ କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ ରହୁଥିବା ଖୋର୍ଦ୍ଧା ଭିଙ୍ଗାରପୁରର ମୃଣାଳ ମନ୍ମୟ ଦାଶ ବୋଲି ଜଣାପଡ଼ିଛି। ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ। ଏହି ସମୟରେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Mo-Bus-Car-Clashed_Driver-Died_Thumbnail.jpg)