ପୁରୀ ଓ କୋଣାର୍କକୁ ଚାଲିଲା ‘ମୋ ବସ୍‌’

ପୁରୀ, କୋଣାର୍କକୁ ଚାଲିବ ଦୁଇଟି ଲେଖାଏଁ ବସ୍‌, କୋଣାର୍କ ବସ ଗୋପ, ନିମାପଡ଼ା ଦେଇ ଯାଆସ କରିବ

ପୁରୀ/କୋଣାର୍କ : ଶେଷରେ ବହୁଦିନର ଦାବି ସଫଳ ହୋଇଛି। ଆଜିଠାରୁ ପୁରୀକୁ ‘ମୋ ବସ୍‌’ ସେବା ଆରମ୍ଭ ହୋଇଛି। ଏକାସଙ୍ଗେ ପୁରୀ ସହ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ବି ଏହି ସେବା ଆଜିଠାରୁ ଆରମ୍ଭ ହୋଇଛି। ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଆଜି ଏହି ସେବାର ଆରମ୍ଭ ଅନେକଙ୍କ ମନରେ ଉତ୍ସାହ ଆଣିଦେଇଛି। ବିଭିନ୍ନ ସ୍ଥାନରେ ଏହାକୁ ଭବ୍ୟ ସ୍ବାଗତ ବି କରାଯାଇଛି।

ସୂଚନା ମୁତାବକ, ପ୍ରତିଦିନ ସକାଳ ସାଢ଼େ ୬ଟାରୁ ଏକ ବସ୍‌(ରୁଟ୍‌ ନମ୍ବର-୫୦) ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ବାହାରି ସକାଳ ୮ଟା ସୁଦ୍ଧା ପୁରୀ ବସ୍‌ଷ୍ଟାଣ୍ଡଠାରେ ପହଞ୍ଚିବ। ପରେ ଏହି ବସ୍‌ ୮ଟା ୨୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ପୂର୍ବାହ୍‌ଣ ୧୦ଟା ୫ ସୁଦ୍ଧା ଭୁବନେଶ୍ବର ରେଳ ଷ୍ଟେସନ୍‌ଠାରେ ପହଞ୍ଚିବା ପରେ ସଂଧ୍ୟା ୫ଟା ୫୦ରେ ପୁଣି ପୁରୀ ଅଭିମୁଖେ ଯାତ୍ରା କରିବ। ରାତି ୭ଟା ୩୫ ସୁଦ୍ଧା ପୁରୀ ‌ବସଷ୍ଟାଣ୍ଡଠାରେ ପହଞ୍ଚିବା ପରେ ୮ଟାରେ ପୁନର୍ବାର ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ‌ଭୁବନେଶ୍ବର ରେଳ ଷ୍ଟେସନ୍‌ଠାରେ ଏହି ବସ୍‌ ରାତି ସାଢ଼େ ୯ଟାରେ ପହଞ୍ଚିବ। ସେହିଭଳି ଅନ୍ୟ ଏକ ବସ୍‌ ସକାଳ ୭ଟା ୨୦ରୁ ଭୁବନେଶ୍ବରରୁ ବାହାରି ସକାଳ ୮ଟା ୫୦ ସୁଦ୍ଧା ପୁରୀଠାରେ ପହଞ୍ଚିବ। ପରେ ପୁନର୍ବାର ଏହା ୯ଟା ୧୦ରେ ପୁରୀ ବସ୍‌ଷ୍ଟାଣ୍ଡରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ପୂର୍ବାହ୍‌ଣ ୧୦ଟା ୫୫ ସୁଦ୍ଧା ଭୁବନେଶ୍ବରଠାରେ ପହଞ୍ଚିବା ପରେ ପୁନର୍ବାର ସଂଧ୍ୟା ୬ଟା ୫୦ରେ ପୁରୀ ଅଭିମୁଖେ ଯାତ୍ରା କରିବ। ରାତି ୮ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବା ପରେ ୯ଟା ସୁଦ୍ଧା ପୁନର୍ବାର ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ରାତି ସାଢ଼େ ୧୦ଟା ସୁଦ୍ଧା ଏହା ଭୁବନେଶ୍ବରଠାରେ ପହଞ୍ଚିବ। ଯିବା ବାଟରେ ଏହା ମାଳତୀପାଟପୁର ବସଷ୍ଟାଣ୍ଡ, ପିପିଲି ବାଇପାସ, ଉତ୍ତରା ଛକ, ଧଉଳି ଛକ, ରବି ଟକିଜ୍‌ ଛକ, ରାଜ୍ୟ ସଂଗ୍ରହାଳୟ ଛକରେ ଅଟକିଯିବ।

ସେହିଭଳି କୋଣ‌ାର୍କକୁ ଚାଲୁଥିବା ବସ୍‌ ସକାଳ ୬ଟା ୪୦ରେ ଭୁବନେଶ୍ବର ରେଳ ଷ୍ଟେସନ୍‌ଠାରୁ ବାହାରିବ। ସକାଳ ୮ଟା ୧୦ ସୁଦ୍ଧା କୋଣାର୍କଠାରେ ପହଞ୍ଚିବା ପରେ ସାଢ଼େ ୮ଟାରେ ପୁନର୍ବାର ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ବର ରେଳ ଷ୍ଟେସନ୍‌ଠାରେ ପୂର୍ବାହ୍ଣ ୧୦ଟା ୧୦ ସୁଦ୍ଧା ପହଞ୍ଚିବା ପରେ ସଂଧ୍ୟା ୫ଟା ୪୦ରେ ପୁନର୍ବାର କୋଣାର୍କ ଅଭିମୁଖେ ଯାତ୍ରା କରିବ। ରାତି ୭ଟା ୨୦ ସୁଦ୍ଧା ପହଞ୍ଚିବା ପରେ ପୁନର୍ବାର ରାତି ୭ଟା ୪୦ରେ କୋଣାର୍କରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ରାତି ୯ଟା ୧୦ରେ ଏହା ଭୁବନେଶ୍ବରରେ ପହଞ୍ଚିବ। ସେହିଭଳି ଅନ୍ୟ ଏକ ବସ୍‌ ଭୁବନେଶ୍ବରରୁ ସକାଳ ୭ଟା ୪୦ରୁ ବାହାରି ସକାଳ ୯ଟା ୧୦ ସୁଦ୍ଧା କୋଣାର୍କରେ ପହଞ୍ଚିବ। ସାଢ଼େ ୯ଟାରେ ପୁନର୍ବାର କୋଣାର୍କରୁ ଏହା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ପୂର୍ବାହ୍ଣ ୧୧ଟା ୧୦ ସୁଦ୍ଧା ପହଞ୍ଚିବା ପରେ ପୁନର୍ବାର ସଂଧ୍ୟା ୬ଟା ୪୦ରେ ଏହା କୋଣାର୍କ ଅଭିମୁଖେ ଯାତ୍ରା କରିବ। ରାତି ୮ଟା ୨୦ ସୁଦ୍ଧା କୋଣାର୍କଠାରେ ପହଞ୍ଚିବା ପରେ ପୁନର୍ବାର ରାତି ୮ଟା ୪୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ରାତି ୧୦ଟା ୧୦ରେ ଏହା ଭୁବନେଶ୍ବରରେ ପହଞ୍ଚିବ। କୋଣାର୍କକୁ ଯାଉଥିବା ବସ୍‌ ଯିବା ବେଳେ ସୂର୍ଯ୍ୟମନ୍ଦିର, କୋଣାର୍କ ଥାନା, ମାଧିପୁର ଛକ, ଜୁନେଇ, ସାରେଡ଼ା, ଗୋପ ଥାନା, ଗୋପ ବଜାର, ଗୁଲଗୁଲା ଛକ, ନିମାପଡ଼ା ପୁରୁଣା ବସଷ୍ଟାଣ୍ଡ, ଜୟଶ୍ରୀ ଛକ, ନିମାପଡ଼ା ମହିଳା ମହାବିଦ୍ୟାଳୟ, ନିମାପଡ଼ା ବସଷ୍ଟାଣ୍ଡ, ଖେଲାରର ହରିଶପୁର, ହରିପୁର, ଜଗନ୍ନାଥପୁର, ପିପିଲି ନିମାପଡ଼ା ଛକ, ପିପିଲି ବାଇପାସ, କେଇସି, ସିଫା, ଉତ୍ତରା ଛକ, ଧଉଳି ଛକ, ସାମନ୍ତରାପୁର ଛକ, ଲିଙ୍ଗରାଜ ମନ୍ଦିର ରୋଡ୍‌, ରବି ଟକିଜ୍‌, ରାଜ୍ୟ ସଂଗ୍ରହାଳୟ, କଳ୍ପନା ଛକ, ଅଶୋକ ନଗର, ମାଷ୍ଟର କ୍ୟାଣ୍ଟିନ ଦେଇ ଯିବ।

ସମ୍ବନ୍ଧିତ ଖବର