ଭୁବନେଶ୍ବର: ବିଟ୍ରିସ ସରକାର ସମୟରେ ଭାରତର ଦଶଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଥିଲା। ଏବେ ଏମିତି େଯ ଶ୍ରେଷ୍ଠ ୧୦୦ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ତ ନାହିଁ, ରାଜ୍ୟର କୌଣସି ବିଶ୍ବବିଦ୍ୟାଳୟ ମଧ୍ୟ ନାହାନ୍ତି। ଏହା ହିଁ ସୂଚାଉଛି ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା କିପରି ଚାଲିଛି। ବଲାଙ୍ଗୀର ଜିଲ୍ଲାରେ ଏମିତି େଗାଟିଏ ଯୁକ୍ତ ଦୁଇ ମହିଳା ବିଜ୍ଞାନ କଲେଜ ରହିଛି, େଯଉଁଠି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ଜଣେ ହେଲେ ବି ଅଧ୍ୟାପକ ନାହାନ୍ତି। ଏହି େଗାଟିଏ ମହାବିଦ୍ୟାଳୟକୁ ବିଚାରକୁ ନେଲେ ବୁଝାପଡ଼ିଯାଉଛି େଯ କେମିତି ଚାଲିଛି ଉଚ୍ଚଶିକ୍ଷା ବିଭାଗ।

Advertisment

ଆଜି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏମିତି େଦାଷ ତ୍ରୁଟି କାଢ଼ି ଉଚ୍ଚଶିକ୍ଷା ବିଭାଗ ବିେରାଧରେ ବିେଷାଦଗାର କରିଥିଲେ। ଆେଲାଚନା େଶଷରେ ମନ୍ତ୍ରୀ ଅରୁଣ କୁମାର ସାହୁ େଘାଷଣା କରିଥିଲେ େଯ ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ରାଜ୍ୟ ସରକାର େଯଭଳି ବିଦ୍ୟାଳୟ ଭିତ୍ତିଭୂମି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ‘େମା ସ୍କୁଲ’ କାର୍ଯ୍ୟକ୍ରମ କରିଛନ୍ତି, ଠିକ୍ ସେହି ଢାଞ୍ଚା ମହାବିଦ୍ୟାଳୟ ପାଇଁ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, ‘େମା ସ୍କୁଲ’ ଭଳି ଖୁବଶୀଘ୍ର ‘େମା କଲେଜ’ କାର୍ଯ୍ୟକ୍ରମ ଆରମ୍ଭ େହବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ମହାବିଦ୍ୟାଳୟର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। କେବଳ ସେତିକି ନୁହେଁ, ଏକଥା ବି କହିଥିଲେ େଯ ଅଧିକ ୬ଟି ଜିଲ୍ଲାରେ ସରକାରୀ ମଡେଲ ଡିଗ୍ରି କଲେଜ େଖାଲାଯିବ। ଖୁବ୍ ଶୀଘ୍ର ୫୨ଟି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦଆଯିବ। ଖାଲିଥିବା ୪୨୬ ଅଧ୍ୟକ୍ଷ ପଦ ବି ପୂରଣ େହବ। କିନ୍ତୁ କୌଣସି ବି ପରିସ୍ଥିତିରେ ସଚିବାଳୟ ବା ନିେର୍ଦଶାଳୟରେ ଅଧ୍ୟାପକ ପଇଁତରା ମାରିବେନି। ୭ ଘଣ୍ଟା କଲେଜରେ ରହିବେ ଓ ୪୦ ଘଣ୍ଟା ନିଶ୍ଚୟ ପଢ଼ାଇବେ।

‘ସରକାରୀ ଉଚ୍ଚଶିକ୍ଷା ପ୍ରଦାନ କରୁନଥିବା ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ େଯାଗୁଁ ଉଚ୍ଚଶିକ୍ଷା ବିଭାଗରେ ସରକାରୀ ମହାବିଦ୍ୟାଳୟମାନଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ନାହିଁ।’ ଆଜି ବିେରାଧୀ ଦଳ ପକ୍ଷରୁ ଏମିତି ଏକ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ବିେରାଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି ପ୍ରମୁଖ ଭାଗନେଇ କହିଥିଲେ, ଉଚ୍ଚଶିକ୍ଷା ବିଭାଗରେ ମୂଷା, କଟାସଙ୍କ ସଂଖ୍ୟା ବଢିଯାଇଛି। ଏକଦା ହୁଏନସାଂ ପୁଷ୍ପଗିରି ବିଶ୍ବବିଦ୍ୟାଳୟକୁ ଆସିଥିଲେ। ୧୯୪୩ ମସିହାରେ ବିଟ୍ରିସ ସରକାର ସମୟରେ ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିଲା, ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥାପିତ େହାଇଥିଲା। ବିଟ୍ରିସ ସରକାର େଯଉଁ ମାନ୍ୟତା େଦଇଥିଲେ, ସ୍ବାଧୀନତାର ୭୨ବର୍ଷ ପରେ ଆଜି ସ୍ବାଧୀନୋତ୍ତର ଓଡ଼ିଶାରେ ତାହା ମିଳୁନାହିଁ। ଗବେଷଣା କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଲାଣି। ସରକାର ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ଭଳି କାର୍ଯ୍ୟକ୍ରମ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଶ୍ବବିଦ୍ୟାଳୟକୁ ଗୁରୁତ୍ବ ମିଳୁନି। କେଉଁଠି କେତେ ପଦବି ଖାଲି ପଡ଼ିଛି ତାର ପରିସଂଖ୍ୟାନ େଦଇ ଶ୍ରୀ ସେଠୀ କହିଥିଲେ, ସତ୍ୟବାଦୀ ଚେୟାର ବନ୍ଦ ହୋଇଗଲାଣି। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଚେୟାର ସ୍ବପ୍ନ େଦଖାଉଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଆଇନ କଲେଜ ସବୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏକଥା ସରକାର ସମ୍ଭବତଃ ଭୁଲିଗଲେଣି। ହାଇେକାର୍ଟ ନିର୍ଦେଶ ସତ୍ତ୍ବେ ସରକାର େସମାନଙ୍କୁ ଗ୍ରହଣ ନ କରି ସୁପ୍ରିମକୋର୍ଟ ଯାଇଛନ୍ତି। ଯଦି ଏହାକୁ ଗୁରୁତ୍ବ ନ ଦିଆଯିବ, ତେବେ ଭବିଷ୍ୟତରେ କେଉଁ ଭଳି ଓକିଲ ବାହାରିବେ? ସେହିଭଳି ବଲାଙ୍ଗୀରରେ ରାଜେନ୍ଦ୍ର କଲେଜକୁ ବିଶ୍ବବିଦ୍ୟାଳୟ କରାଯିବ େବାଲି ନିର୍ବାଚନ ପୂର୍ବରୁ େଘାଷଣା େହଲା। ଏହି ସ୍ବୟଂଶାସିତ ମହିବିଦ୍ୟାଳୟକୁ ଆହୁରି ଦୁର୍ବଳ କରାଯାଇଛି। ଏବର୍ଷ ତ ଆଉ େହାଇପାରିବ ନାହିଁ, ବରଂ ଆସନ୍ତାବର୍ଷ ପୂର୍ବରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ। ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଆଦିରେ ଥିବା ଖାଲି ପଦବି ପୂରଣ େହଉ। ସରକାର ବିଶ୍ବବିଦ୍ୟାଳୟ ସଂପର୍କରେ େଯଉଁ େଗାଲାପି ଚିତ୍ର େଦଖାଉଛନ୍ତି ଓ ସ୍ବପ୍ନ େଦଖୁଛନ୍ତି, ତାହା କେବେ ବି ପୂରଣ େହାଇପାରିବ ନାହିଁ, ଯଦି କିଛି ବଡ଼ ପଦକ୍ଷେପ ନ ନିଅନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଏହି ଆେଲାଚନାେର ଭାଗ ନେଇଥିଲେ। ସରକାରୀ ଦଳ ପକ୍ଷରୁ ବିଧାୟକ ଅଶ୍ବିନୀ ପାତ୍ର, ଧ୍ରୁବ ସାହୁ, ସୌଭିକ ବିଶ୍ବାଳ ଓ ସୁବାସ ବେହେରା ପ୍ରମୁଖ ଭାଗ ନେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ଉଚ୍ଚଶିକ୍ଷାର ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟରେ ୫୨ଟି ସରକାରୀ ଡିଗ୍ରି କଲେଜ ରହିଛି। ୮ଟି ମଡେଲ ଡିଗ୍ରି କଲେଜ ରହିଛି ଓ ଅଧିକ ୬ଟି ସ୍ଥାପନ େହବ। ବଲାଙ୍ଗୀର, କଳାହାଣ୍ଡି, େଢଙ୍କାନାଳ, କନ୍ଧମାଳ, େକାରାପୁଟ ଓ ଗଜପତି ଜିଲ୍ଲାରେ ନୂଆ ସରକାରୀ ମଡେଲ ଡିଗ୍ରି କଲେଜ ରୁଷା େଯାଜନାେର ସାମିଲ ହେବ। ମନ୍ତ୍ରୀ କହିଥିଲେ, ୨୦୧୬-୧୭ ବର୍ଷରେ ୨୧୫୬୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୨୩ ହଦାର ୨ ଓ ୨୦୧୮-୧୯ରେ ୨୩ ହଜାର ୯୪୬ ଥିଲା।

ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବିଶ୍ବବିଦ୍ୟାଳୟ ଓ କଲେଜ ସ୍ତରରେ େଯଉଁ ୪୨୬ଟି ପଦବି ଖାଲି ପଡ଼ିଛି, ତାହା ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ପରିପ୍ରେକ୍ଷୀରେ ଏସବୁ ନିଯୁକ୍ତି ଉପରପେ ୟୁଜିସି ଅସ୍ଥାୟୀ କଟକଣା ଲଗାଇଥିଲେ। ସେହିଭଳି ଯେଉଁ ସବୁ କଲଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି, ସେଠାରେ ଏସବୁକୁ ପୂରଣ କରିବା ଲାଗି ଇତିମଧ୍ୟରେ ରିଡରମାନଙ୍କର ନାମ େଲାକସେବା ଆେୟାଗକୁ ଦିଆଯାଇଛି। ୨୦୩୦ ସୁଦ୍ଧା ସବୁ କଲେଜକୁ ନାକ୍ ଅନ୍ତର୍ଭୁକ୍ତ କରାଯିବ। ଅଗଷ୍ଟ ୮ ତାରିଖ ସୁଦ୍ଧା ସବୁ କଲେଜରେ ନାମଲେଖା ଆରମ୍ଭ େହବ। ଘରୋଇ କଲେଜ ଭଳି ସରକାରୀ ମହାବିଦ୍ୟାଳୟରେ ପରିଚାଳନା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହେବ। ଏଣିକି ବିଧାୟକମାନେ ନିଜ ନିଜ ଅଞ୍ଚଳର କଲେଜ ଯାଇ ସ୍ଥିତି ଅନୁଧ୍ୟାନ କରି ରିେପାର୍ଟ ଦେବାକୁ ଶ୍ରୀ ସାହୁ ବିଧାୟକମାନଙ୍କୁ କହିଥିଲେ।