’ମୋ ସରକାର’କୁ କର୍ମଚାରୀଙ୍କ ଦକ୍ଷତା ସହ ଯୋଡ଼ିଲେ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ଦକ୍ଷତା ପ୍ରଦର୍ଶନ ମୂଲ୍ୟାୟନ ରିପୋର୍ଟ(ପିଏଆର)ରେ ୫% ୱେଟେଜ୍ ମିଳିବ। କେବଳ ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି ସେହି ବିଭାଗର କର୍ମଚାରୀମାନଙ୍କୁ ଏହା ପ୍ରଦାନ କରାଯିବ।

ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଆଜି ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କର୍ମଚାରୀଙ୍କ ବାର୍ଷିକ ପିଏଆରରେ ‘ଫାଇଭ-ଟି’ ନିମନ୍ତେ ୨୦% ୱେଟେଜ୍ ବ୍ୟବସ୍ଥା କରିଥିବା ନେଇ ପୂର୍ବରୁ ଘୋଷଣା କରିଥିଲେ। ଏହି କ୍ରମରେ ଫାଇଭ-ଟି ଚାର୍ଟରକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ୧୦%, ସରକାରରେ ଫାଇଭ-ଟି ଚାର୍ଟର ଲାଗୁ ପାଇଁ ୫% ଓ ମୋ ସରକାର ପାଇଁ ୫% ୱେଟେଜ୍ ମିଳିବ।

ସେହିପରି ସର୍ବଭାରତୀୟ ସେବା ଅଫିସରଙ୍କୁ ବାର୍ଷିକ ପିଏଆରରେ ମିଳିବାକୁ ଥିବା ମୋଟ ୧୦ମାର୍କ ମଧ୍ୟରୁ ‘ଫାଇଭ-ଟି’ ଓ ‘ମୋ ସରକାର’ର ପ୍ରଦର୍ଶନ ଆଧାରରେ ୨ମାର୍କ ମିଳିବ। ବିଭାଗରେ ଫାଇଭ-ଟି ଲାଗୁ ପାଇଁ ୧ମାର୍କ, ସରକାରରେ ଫାଇଭ-ଟି ପାଇଁ ୦.୫ମାର୍କ ଓ ମୋ ସରକାର ପାଇଁ ୦.୫ ମାର୍କ ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର