ବ୍ରହ୍ମପୁର: ଗଞ୍ଜାମରେ ପୁଣି କାର୍ଯ୍ୟକ୍ରମ ହେଲା ‘ମୋ ସରକାର’ ସେଲ୍। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଣି ଏହି ସେଲ୍ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବ। ଏଥିସହ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଉକ୍ତ ନମ୍ବରଟି ହେଲା ୧୮୦୦୩୪୫୧୦୭୭। କୌଣସି ଅଭିଯୋଗ ଥିଲେ ଏହି ଟ୍ରୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ଅବଗତ କରିପାରିବେ ବୋଲି ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।