ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ କାର୍ଯ୍ୟକାରୀ ହେବ 5T ଉପରେ ଆଧାରିତ ‘ମୋ ସରକାର’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘  ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। ସେମାନଙ୍କୁ  ହକ୍ ଦେବାକୁ 5T କାର୍ଯ୍ୟକାରୀ କରିଛୁ। ଏହା ପ୍ରଶାସନକୁ  ଅଧିକ ଶକ୍ତିଶାଳୀ କରିବ । ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ  5T କାର୍ଯ୍ୟକାରୀ ହେବ । 5Tକୁ ଭିତ୍ତି କରି ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ’

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କୁ ଫୋନ୍ କରି ଆପଣଙ୍କ ସମସ୍ୟା ପଚାରି ବୁଝିବି।’ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଲୋକମାନଙ୍କ ପାଇଁ କାମ କରୁଛନ୍ତି ସରକାର । ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସମସ୍ତେ କାମ କରିବା ଦରକାର  । ସାଧାରଣ ଲୋକମାନଙ୍କପାଇଁ କାମ କରୁଛନ୍ତି ସରକାର । ’ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସମସ୍ତେ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

 

ସମ୍ବନ୍ଧିତ ଖବର