ସୋସିଆଲ୍‌ ମିଡିଆରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସୋସିଆଲ୍‌ ମିଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗତ ବର୍ଷ ଶିଶୁ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସ୍କୁଲର ବିକାଶ ସହିତ ଯୋଡ଼ିବାକୁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏଥିରେ ପୁରାତନ ଛାତ୍ରଛାତ୍ରୀମାନେ ସଂପୃକ୍ତ ସ୍କୁଲର ପାଠାଗାର, ବିଜ୍ଞାନାଗାର, ଛାତ୍ରବୃତ୍ତି ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସହାୟତା ଦେଇପାରିବେ। ସେମାନେ ଯେତେ ପରିମାଣର ଦାନ ଦେବେ, ରାଜ୍ୟ ସରକାର ତା’ର ଦୁଇଗୁଣ ପ୍ରଦାନ କରିବେ। ଏଥିପାଇଁ ରାଜ୍ୟ ସରକାର ଏକ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରିଛନ୍ତି। ସୋସିଆଲ୍‌ ମିଡିଆରେ ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଓ ଲୋକପ୍ରିୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର