ମାନସିକ ଅନଗ୍ରସରଙ୍କ ଚିକିତ୍ସା ନିମନ୍ତେ ଆସିବ ମୋବାଇଲ୍‌ ଆପ୍

ଭୁବନେଶ୍ବର : ମାନସିକ ଅନଗ୍ରସରଙ୍କ ଚିକିତ୍ସା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ମୋବାଇଲ୍‌ ଆପ୍ ପ୍ରସ୍ତୁତ ହେବ। ଏଥି ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ(ନିମହାନ୍‌ସ)ର ସହଯୋଗ ନିଆଯାଉଛି। ଏହା ଫଳରେ ମାନସିକ ଅନଗ୍ରସର ଶିଶୁମାନଙ୍କ ଚିକିତ୍ସାରେ ସଫଳ ଉପଲବ୍ଧି ମିଳିପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ବେଙ୍ଗାଲୁରୁରେ ନିମ୍‌ହାନ୍‌ସ ପରିଦର୍ଶନ କରିବା ସହ ନିର୍ଦ୍ଦେଶକ ବିଏନ୍ ଗଙ୍ଗାଧରଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ସେଠାରୁ ଫେରିଲା ପରେ ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଓଡ଼ିଶା ଫନି ପରବର୍ତ୍ତୀ ସମୟରେ ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯତ୍ନ ଓ ପରାମର୍ଶ ନିମନ୍ତେ ନିମ୍‌ହାନ୍‌ସ ରାଜ୍ୟରେ କାର୍ଯ୍ୟ କରୁଛି। କେରଳ ଢାଞ୍ଚାରେ ଓଡ଼ିଶାକୁ ‘ବୟସ୍କ ନାଗରିକ ଅନୁକୂଳ’ ରାଜ୍ୟ ଭାବେ ଗଢ଼ିବା ଲକ୍ଷ୍ୟରେ ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି।

majalahayah.com

ବେଙ୍ଗାଲୁରୁସ୍ଥିତ ନାରାୟଣ ହୃଦୟାଳୟର ନିର୍ଦ୍ଦେଶକ ଦେବୀ ସେଟ୍ଟୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଭୁବନେଶ୍ବରରେ ନାରାୟଣ ହୃଦୟାଳୟର ଏକ ହସ୍ପିଟାଲ୍‌ ପ୍ରତିଷ୍ଠା ନିମନ୍ତେ ଡୁମୁଡୁମାରେ ରାଜ୍ୟ ସରକାର ଜାଗା ଦେଇଥିଲେ। କିନ୍ତୁ ବିଭିନ୍ନ କାରଣରୁ ସେଠାରେ ଏ ପର୍ଯ୍ୟନ୍ତ ହସ୍ପିଟାଲ୍‌ ପ୍ରତିଷ୍ଠା ହୋଇପାରି ନାହିଁ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର