ତୁଳସୀ ପାହାଡ଼ ଅଂଚଳରେ ମାଓବାଦୀଙ୍କ ଫତୁଆ; ଗ୍ରାମରେ ମୋବାଇଲ ଧରିବା ମନା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ବିଏସଏଫ କବ୍ଜା କରିବା ପୂର୍ବରୁ ମାଓବାଦୀ ଏହି ଅଂଚଳର ଲୋକଙ୍କୁ ମୋବାଇଲ ଧରିବାକୁ ଏକ ପ୍ରକାର ଫତୁଆ ଜାରି କରିଥିଲେ, ଯାହାଫଳରେ ଲୋକେ ମୋବାଇଲ ଧରିବାକୁ ଡରୁଥିଲେ। ସମସ୍ତ ଗାଁ ରେ ପୋଷ୍ଟେର ଏବଂ ବ୍ୟାନର ମାରି ଲୋକଙ୍କୁ ସଚେତନ କରାଉଥିଲେ। ଏବେ ପୁଣି ମାଥିଲି ବ୍ଲକର ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ତୁଳସୀ ପାହାଡ଼ ଅଂଚଳରେ ମାଓବାଦୀ ପହଁଚି ଲୋକଙ୍କୁ ମୋବାଇଲ ଧରିବାକୁ ମନ କରିବା ସହ ଯେଉଁମାନେ ମୋବାଇଲ ଧରିଥିଲେ ସମସ୍ତଙ୍କ ମୋବାଇଲକୁ ଭାଙ୍ଗି ଦେଇଥିବା ଜଣାପଡିଛି। ଲୋକେ ପୁଣି ୨୦ ବର୍ଷ ପଛକୁ ଫେରିଯାଇଛନ୍ତି। ଭୟରେ ଲୋକେ ମୋବାଇଲ ଧରୁନଥିବା ଦେଖିବାକୁ ମିଳିଛି।
ସୀମାନ୍ତ ଛତିଶଗଡ଼ ଅଂଚଳରେ ନକ୍ସଲ କିଛି ଘଟଣା ଘଟାଇ ଓଡ଼ିଶାର ତୁଳସୀ ପାହାଡ଼ ଅଞ୍ଚଳକୁ ଚାଲିଆସୁଛନ୍ତି, ଯାହାଫଳରେ ପୁଲିସକୁ ମଇବାଦୀ ଦମନରେ ଅସୁବିଧାଭେଉଥିବା ଜଣାପଡିଛି। ମହୁପଦର, କାମର ପଲ୍ଲୀ ଅଂଚଳରେ ବିଏସଏଫ କ୍ୟାମ ରହିଥିବା ବେଳେ ତୁଳସୀ ପାହାଡ଼ ଅଂଚଳରେ କୌଣସି କ୍ୟାମ୍ପ ନଥିବାରୁ ଏହି ଅଞ୍ଚଳକୁ ମାଓବାଦୀ ବାରମ୍ବାର ଆସୁଥିବା ଦେଖିବାକୁ ମିଳିଛି। ସ୍ୱାଭିମାନ ଅଂଚଳରେ ବିଏସଏଫ ତରଫରୁ ଲଗାତାର ୬୭ଟି କ୍ୟାମ୍ପ ହେବା ପରେ ମାଓବାଦୀ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ଏବେ ଲୋକେ ନିର୍ଭୟରେ ମୋବାଇଲ ଧରିପାରୁଛନ୍ତି। ତୁଳସୀ ପାହାଡ଼ ଅଂଚଳରେ ବିଏସଏଫ ଯବାନ ଯଦି କୁମ୍ବିଂ ଜୋରଦାର କରିବେ ତେବେ ମାଓବାଦୀ ଏହି ଅଞ୍ଚଳକୁ ମଧ୍ୟ ଆସିବା ବନ୍ଦ କରିବେ ବୋଲି କୁହାଯାଇଛି। ତେବେ ପୁଲିସ ଏବଂ ବିଏସଏଫ ଏନେଇ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।
ସମ୍ବନ୍ଧିତ ଖବର