The Economic Times
କାଳିଆପାଣି: ସୁକିନ୍ଦା ଥାନା କୋଇଲ ଗ୍ରାମରେ ଆଜି ଏକ ମୋବାଇଲ୍ ଫୋନ୍ ବ୍ୟାଟେରି ବିସ୍ଫୋରଣ ହେବାରୁ ୨ ଜଣ ବାଳକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଟୁକୁନା ମହାନ୍ତଙ୍କ ପୁଅ ସୁମନ(୧୨) ଓ ପବନା ମହାନ୍ତଙ୍କ ପୁଅ ଦୀପକ(୧୦)। ଘର ପାଖରେ ଏକ ପୁରୁଣା ମୋବାଇଲ୍କୁ ଧରି ଖେଳୁଥିବା ସମୟରେ ଏହା ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା।
ସୁମନଙ୍କ ହାତରେ ଗୁରୁତର କ୍ଷତ ହୋଇଛି। ପରିବାର ଲୋକେ ଉଭୟଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
Follow Us