ରେଙ୍ଗାଲି: ରେଙ୍ଗାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶିଶୁଙ୍କ ଶିଶୁତ୍ୱର ଅଧିକାର ଛଡାଇ ବସିଲାଣି ମୋବାଇଲ। ଅଭିବାବକଙ୍କ ସମୟ ଅଭାବ ଯୋଗୁଁ ଆଜି ଶିଶୁ ମାନେ ନୂତନ ଜ୍ଞାନ କୌଶଳ ଶିଖୁଛନ୍ତି ସିନା ପାରିବାରିକ ସ୍ନେହରୁ ଢେର ଦୁରକୁ ଚାଲିଯାଉଛନ୍ତି, ଏଭଳି ମାତବ୍ୟକ୍ତ କରିଛନ୍ତି ଅତିଥି ବୃନ୍ଦ। ବିଦ୍ୟାଳୟର ସଭାପତି ରାଜୀବ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି, ଶିକ୍ଷକ ଡ. ଗୌରିଦାସ ପଧାନ ମୁଖ୍ୟବକ୍ତା ଓ ହିନ୍ଦୁଜା ଲିଲାଣ୍ଡ ଫାଇନାନ୍ସ ଓଡ଼ିଶା ମୁଖ୍ୟ ସତ୍ୟଜିତ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ପ୍ରଧାନ ଆଚାର୍ଯ୍ୟା ସଞ୍ଜୁଲତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ସଂପାଦକ ସରୋଜ ବିଶୋଇ ସଭା ପରିଚାଳନା ଓ ଆଚାର୍ଯ୍ୟ ଦୁଷ୍ମନ୍ତ କଣ୍ଟା ମଞ୍ଚ ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ଜଗଦୀଶ ପୂଜାରୀ ଅତିଥିଙ୍କୁ ସମ୍ମାନିତ କରିଥିଲେ। ନିଃଶୁଳ୍କ ଭାବରେ କାର୍ଯ୍ୟରତ ଖେଳ ଶିକ୍ଷକ ପ୍ରଫୁଲ୍ଲ ଗହୀରଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବିଭିନ୍ନ ଖେଳର ଚାମ୍ପିଅନ୍ ହୋଇଥିବା ପ୍ରାରମ୍ଭରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରନିତ ପଶାୟତ, ଟିଙ୍କୁ ରାଉତ୍, ପ୍ରିନ୍ସ ପ୍ରଧାନ, ଆଏସା ନାଏକ ଓ ଆଦ୍ୟାଶା ଜଗତ୍, ନିତେଶ ସାହୁ, ରିପୁନ୍ ଓରାମ, ଆରୁଷି ନାଏକ, ରାଜବୀର ଓରାମ, ଆୟୁଷ ଓରାମ, ଅଜୟ ଓରାମ, ସାଗର ଓରାମ, ଜୟନ୍ତ ସେଠ୍, ଦୁର୍ଲଭି ରୋହିଦାସ, ସୁଶୀଳ ଓରାମ ଓ ଧନୀରାମ ରୋହିଦାସଙ୍କ ସହ ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୁନୀତା ବରିହା , ସିମରନ ଓରାମ ଓ ଖୁସିରାଣୀ ନାଏକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଓ ବିଦ୍ୟାଳୟର କୋଷାଧ୍ୟକ୍ଷ ଅକ୍ଷୟ ସୁସାରି ଧନ୍ୟବାଦ ଦେଇଥିଲେ। ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।