ଚୌଦ୍ୱାର, ଭୁବନେଶ୍ୱର, ବ୍ରହ୍ମପୁର ଜେଲରେ ଲାଗିବ ୪ଜି ଜାମର‌୍‌; ସାବାଡ଼୍ ହେବେ ଗ୍ୟାଙ୍ଗଷ୍ଟର‌୍‌

୬ ଜାମର‌୍‌ ପାଇଁ ୯ କୋଟି ବ୍ୟୟ

କଟକ : ୨୦୨୦ ଜାନୁଆରି ମାସ ସୁଦ୍ଧା ରାଜ୍ୟ ଜିଏସ୍‌ଟି ଆଦାୟରେ ଓଡ଼ିଶା ଆଶାନୁରୂପ ଧାରା ବଜାୟ ରଖିଛି। ୨୦୧୯ ମସିହା ଜାନୁଆରିରେ ୫୯୬.୧୯ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ବାବଦରେ ସ˚ଗୃହୀତ ହୋଇଥିଲାବେଳେ ଚଳିତ ବର୍ଷ ଏହି ସମୟରେ ୭୪୪.୩୩ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ଆଦାୟ ହୋଇଛି। ଯାହାଫଳରେ ଜିଏସ୍‌ଟିରେ ଓଡ଼ିଶା ୨୪.୮୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ପୁଣି ୨୦୨୦ ମସିହା ଜାନୁଆରି ସୁଦ୍ଧା ଓଡ଼ିଶା ୭୧୩୧.୮୦ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ସ˚ଗ୍ରହ କରିଥିଲାବେଳେ ଗତବର୍ଷ ଏହି ସମୟ ସୁଦ୍ଧା ୫୫୫୨.୦୯ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ସ˚ଗୃହୀତ ହୋଇଥିଲା। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷର ବୃଦ୍ଧିହାର ୨୮.୪୫ ପ୍ରତିଶତ ରହିଥିବା ବାଣିଜ୍ୟକର ଭବନ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ୨୦୧୯ ମସିହା ଏପ୍ରିଲରୁ ୨୦୨୦ ଜାନୁଆରି ମାସ ମଧ୍ୟରେ ମୋଟ ଜିଏସ୍‌ଟି ସ˚ଗ୍ରହରେ ୧୦.୪୯ ପ୍ରତିଶତ ବୃଦ୍ଧିହାର ପରିଲକ୍ଷିତ ହେବା ସହ ୨୪୨୫୪.୨୧ କୋଟି ଟଙ୍କା ମୋଟ୍‌ ଜିଏସ୍‌ଟି ସ˚ଗ୍ରହ କରାଯାଇଛି। ପୂର୍ବ ଆର୍ଥିକ ବର୍ଷ ଏପ୍ରିଲ୍‌ରୁ ୨୦୧୯ ଜାନୁଆରି ମଧ୍ୟରେ ଏହି ପରିମାଣ ୨୧୯୫୧.୭୫ କୋଟି ଟଙ୍କା ରହିଥିଲା। କୋଇଲା ଓ ଇସ୍ପାତ ସାମଗ୍ରୀ ବିକ୍ରିରେ ମାନ୍ଦାବସ୍ଥା ଯୋଗୁଁ ସମନ୍ବିତ ଜିଏସ୍‌ଟି ଓ ଅତିରିକ୍ତ କର କ୍ଷେତ୍ରରେ ବିଯୁକ୍ତାତ୍ମକ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ରାଜ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରାଜ୍ୟ ଜିଏସ୍‌ଟି ଓ କେନ୍ଦ୍ରୀୟ ଜିଏସ୍‌ଟି ରୂପରେ କାରବାର ଟିକସରେ ସୁସ୍ଥ ଅଭିବୃଦ୍ଧି ହାର (୨୮%) ଦେଖାଦେଇଛି। ପୁନଶ୍ଚ ରିଟର୍ଣ୍ଣ ଦାଖଲରେ ମଧ୍ୟ ସୁସ୍ଥ ଅଗ୍ରଗତି ହାସଲ ହୋଇଛି। ରାଜ୍ୟ ଭାଗରେ ଥିବା ଟିକସଦାତାଙ୍କ ମଧ୍ୟରେ ୮୯ ପ୍ରତିଶତ ୨୦୨୦ ମସିହା ଜାନୁଆରି ମାସରେ ନିର୍ଧାରିତ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ କରିଛନ୍ତି। ଗତ ଡିସେମ୍ବର ମାସରେ ୮୪ ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଥିଲେ।

ଜିଏସ୍‌ଟି ଆଇନ୍‌ ଅଧୀନସ୍ଥ ଟିକସ ପରିଚାଳନାକୁ ଅଧିକ ସୁସ˚ଗଠିତ କରିବା ପାଇଁ ନକଲି ତଥା ଖାମଖିଆଲ ଟିକସଦାତାଙ୍କ ପଞ୍ଜୀକରଣକୁ କ୍ଷେତ୍ରୀୟ ଅନୁସନ୍ଧାନ ପରେ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୬ ମାସ ମଧ୍ୟରେ ଜାଲ୍‌ କାରବାରରେ ସ˚ପୃକ୍ତି, ରିଟର୍ଣ୍ଣ ଦାଖଲରେ ଖିଲାପ କିମ୍ବା ପୂର୍ବଘୋଷିତ ବ୍ୟବସାୟସ୍ଥଳରେ ବ୍ୟବସାୟିକ କାର୍ଯ୍ୟ ଚାଲୁନଥିବା କାରଣରୁ ୧୦୯୪୪ ଟିକସଦାତାଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ଟିକସ ପରିସର ବୃଦ୍ଧି ନିମନ୍ତେ ଜିଏସ୍‌ଟିରେ ପଞ୍ଜୀକୃତ ହୋଇନଥିବା ଯୋଗ୍ୟ ଟିକସଦାତାଙ୍କ ସର୍ଭେ ପାଇଁ ଟାର୍ଗେଟ ଦିଆଯାଇଛି। ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ କମିସନରେଟ୍‌ ତରଫରୁ କ୍ଷେତ୍ରୀୟ କାର୍ଯ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୬ ମାସ ମଧ୍ୟରେ ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୩୮୯୨୪ ଟି ନୋଟିସ ଜାରି କରାଯାଇଛି। ଏଥିଯୋଗୁଁ ୧୩୭୧୧ ଜଣ ଟିକସଦାତା ସେମାନଙ୍କ ରିଟର୍ଣ୍ଣ ଦାଖଲ କରିଛନ୍ତି। ଏହାଫଳରେ ୨୦୨୦ ମସିହା ଜାନୁଆରିରେ ନିର୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟ ଟିକସଦାତାଙ୍କ ମଧ୍ୟରେ ରିଟର୍ଣ୍ଣ ଦାଖଲରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବା ସହ ତାହା ୮୯ ପ୍ରତିଶତକୁ ବୃଦ୍ଧି ପାଇଛି।

ଆହୁରି ମଧ୍ୟ ରାଜ୍ୟ ବାଣିଜ୍ୟକର ଏବ˚ ଦ୍ରବ୍ୟ ଓ ସେବା କରରେ କମିସନରେଟ୍‌ ତରଫରୁ ତଥ୍ୟ ବିଶ୍ଲେଷଣ ବ୍ୟବସ୍ଥା ମାଧ୍ୟମରେ ଜାଲ୍‌ ବିଲ୍‌ ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜାଲ୍‌ ବିଲ୍‌ ମାଧ୍ୟମରେ ୮୯ କୋଟି ଟଙ୍କାର ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ ହାସଲ କରିବା ସହ ୧୨୩ କୋଟି ଟଙ୍କାର ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ ଅନ୍ୟ ଜଣଙ୍କୁ ଦେଇଥିବା ଅଭିଯୋଗରେ ଚଳିତ ବର୍ଷ ଜାନୁଆରିରେ ନକଲି ବ୍ୟବସାୟୀ ରାକେଟ ଚଲାଉଥିବା ୨ଜଣ କାର୍ପଟଦାରଙ୍କୁ ଗିରଫ କରାଯାଇଛି। ଏପରିକି ଜାଲ୍‌ ବିଲ୍‌ ହାସଲ କରିଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହାଛଡ଼ା ଟିକସ ହେରଫେର ସନ୍ଦେହ କରାଯାଉଥିବା ଅନେକ ମାମଲା ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ ହୋଇଛି। ଟିକସ ଦେୟ ଓ ପ୍ରାପ୍ୟ ମଧ୍ୟରେ ଅସଙ୍ଗତି ରହିଥିବା ସମସ୍ତ ଟିକସଦାତାଙ୍କ ରିଟର୍ଣ୍ଣ ଯାଞ୍ଚ ସୁନିଶ୍ଚିତ କରିବା ସହ ଆଇନ୍‌ ସିଦ୍ଧ ଟିକସ ଆଦାୟ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର