ରାଉରକେଲା: ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଝାମ୍ପି ନେଇଛନ୍ତି। ଏନେଇ ସେକ୍ଟର-୧୫ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ କ୍ରମେ ଛାନ୍ଭିନ୍ ଚଳାଇଛି। ସୂଚନା ଅନୁଯାୟୀ, ସେକ୍ଟର-୧୬ ତୁମକେଲା ବସ୍ତିରେ ସୁରେଶ ତନ୍ତୀ (୨୨) ରୁହନ୍ତି।
ଗତ ରବିବାର ସନ୍ଧ୍ୟା ପ୍ରାୟ ୭.୩୦ରେ ସେ କୌଣସି ଏକ କାମରେ ସେକ୍ଟର-୧୬ ରାସ୍ତାରେ ଚାଲିଚାଲି ଯାଉଥିଲେ। ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ରେ ଆସି ହଠାତ୍ ତାଙ୍କ ଭିଭୋ ମୋବାଇଲକୁ ଛଡ଼ାଇ ନେଇ ଯାଇଛନ୍ତି।