ତେଲକୋଇ: ତେଲକୋଇ ସାପ୍ତାହିକ ହାଟରୁ ଜଣେ ମୋବାଇଲ ଲୁଟେରାକୁ ଲୋକେ କାବୁ କରିଛନ୍ତି। ପ୍ରତି ଶୁକ୍ରବାର ଏଠାରେ ହାଟ ବସିଥାଏ। ଲୋକେ କିଣାବିକାରେ ବ୍ୟସ୍ତ ଥିବା ଜଣେ ଅଣଓଡ଼ିଆ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ମୋବାଇଲ ଲୁଟ୍‌ କରି ଚମ୍ପଟ ମାରୁଥିଲା। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, କିଛିମାସ ହେଲା ତେଲକୋଇ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟରେ ମୋବାଇଲ ଲୁଟେରା ସକ୍ରିୟ ହୋଇପଡ଼ିଛନ୍ତି। ଆଖିପିଛୁଳାକେ ଲୋକଙ୍କ ମୋବାଇଲ ନେଇ ଫେରାର ହୋଇଯାଉଛନ୍ତି। ପୁଲିସ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।