ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁଦୃଢ ହେବ

ଭୁବନେଶ୍ବର : ରାଜ୍ୟର ସବୁ ସ୍ଥାନରେ ବିଶେଷକରି ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱର୍କ ସେବା ମିଳିବ, ସେ ନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟେଲିକମ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେବି ମୋବାଇଲ ନେଟୱର୍କ ନଥିବାରୁ ମନ୍ତ୍ରୀ ଶ୍ରୀ ବେହେରା ଆଜି ବିଭିନ୍ନ ଟେଲିକମ୍‌ ସଂସ୍ଥାର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ରଣପୁର, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଦୁର୍ବଳ ନେଟୱର୍କର ସୁଦୃଢ଼ୀକରଣ କରିବା, ଶିମିଳିଝର ଜଳପ୍ରପାତ ପର୍ଯ୍ୟଟନ ଅଞ୍ଚଳରେ ପ୍ରାୟ ୧୦ହଜାର ଆଦିବାସୀ ବସବାସ କରୁଥିଲେ ହେଁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିବାରୁ ସେଠାରେ ତୁରନ୍ତ ମୋବାଇଲ ସେବା ଯୋଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଏସ୍‌ଏନ୍‌ଏଲ୍‌, ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍‌ ଆଦି ଟେଲିକମ୍‌ ନେଟୱର୍କ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର