ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଦାହିବାଡି ସାପ୍ତାହିକ ହାଟରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଜନୈକ ବ୍ୟକ୍ତିଙ୍କର ମୋବାଇଲ ଚୋରାଇ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ଲୁଟେରା ନିସ୍ତୁକ ମାଡ଼ ଖାଇଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୁଟେରାଙ୍କୁ ଉଦ୍ଧାର କରିଛି।
ସୂଚନା ଅନୁସାରେ, ଜନୈକ ଗ୍ରାହକ ଦାହିବାଡି ସାପ୍ତାହିକ ହାଟରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପରିବା କିଣୁଥିବା ସମୟରେ ହଠାତ୍ ପଛପଟୁ ଜଣେ ଯୁବକ ଆସି ତାଙ୍କ ପକେଟରୁ ମୋବାଇଲ ନେଇ ଚମ୍ପଟ୍ ମାରିବାକୁ ବସିଥିବାବେଳେ ଗ୍ରାହକ ଜଣକ ଚୋର ଚୋର ବୋଲି ରଡି ଛାଡିଥିଲେ। ରଡି ଶୁଣି ସ୍ଥାନୀୟ ଲୋକ ଚୋରକୁ ଗୋଡ଼ାଇ ଗୋଡ଼ାଇ ମହୁରୀ ଛକ ନିକଟରେ କାବୁ କରିନେଇଥିଲେ।
ଅଧିକ ପଢ଼ନ୍ତୁ: ଓଡ଼ିଶା ପାଇଁ ଗୌରବ: ଶୁଆକାଟୀ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର
ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାହକ ମିଶି ମୋବାଇଲ ଲୁଟେରାଙ୍କୁ ବହେ ଛେଚି ଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା କରାଇବା ସହିତ ପଚରା ଉଚରା ଜାରି ରଖିଛି।
ତେବେ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯାଜପୁର ଜିଲ୍ଲା ଜଖପୁରା ଥାନା ଅଞ୍ଚଳର ପର୍ଶୁରାମ ପ୍ରଧାନର ପୁଅ ବିକ୍ରମ ବୋଲି ଜଣା ପଡିଥିବାବେଳେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସେ ଗତ ପାଳି ହାଟରେ ମଧ୍ୟ ମୋବାଇଲ ଚୋରି କରିବାକୁ ଆସି ଖସି ପଳାଇଥିଲେ।
ଅଧିକ ପଢ଼ନ୍ତୁ: ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ବୁଚଙ୍କୁ କ୍ଲିନ ଚିଟ୍
Mayurbhanj | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/28/DeX5ek4A8TLbFjXp3nsk.jpg)