ଭୁବନେଶ୍ବର : ଗତବର୍ଷ ନଭେମ୍ବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୩୧ ବୃଦ୍ଧି ହୋଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୨ ହଜାର ୮୦୧କୁ ବୃଦ୍ଧି ପାଇଛି। ଜିଓ ସର୍ବାଧିକ ୫୪,୧୯୪ ଜଣ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩୦,୬୩୮ ଜଣ ଗ୍ରାହକଙ୍କୁ ଯୋଡ଼ିଛି। ବିଏସ୍ଏନ୍ଏଲ୍ ୨୯୧୦ ଜଣ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଆଇଡିଆ ମଧ୍ୟ ୭୭୯୧ ଜଣ ନୂଆ ଗ୍ରାହକ ହାସଲ କରିଛି।
୨୦୨୨ ନଭେମ୍ବର ସୁଦ୍ଧା ରାଜ୍ୟରେ ଏୟାରଟେଲ୍ର ଗ୍ରାହକ ସଂଖ୍ୟା ୧ କୋଟି ୧୩ ଲକ୍ଷ ୯୦ ହଜାର ୭୦୦ରେ ପହଞ୍ଚିଥିବା ବେଳେ ଭୋଡାଫୋନ୍ ଆଇଡିଆ ଗ୍ରାହକ ସଂଖ୍ୟା ୧୬ ଲକ୍ଷ ୫୩ ହଜାର ୬୧୭ ରହିଛି। ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୩୮ ଲକ୍ଷ ୬୪ ହଜାର ୭୧୭କୁ ବୃଦ୍ଧି ପାଇଥିବା ବେଳେ ବିଏସ୍ଏନ୍ଏଲ୍ ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୨୩ ହଜାର ୭୩୭ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/2-mobile-recharge-prepaid.jpg)