କବାଟବନ୍ଧ : ଧର୍ମଶାଳା ବ୍ଲକ କବାଟବନ୍ଧ ଗୁରୁବାର ସାପ୍ତାହିକ ହାଟରୁ ଗତ ୪ ମାସ ମଧ୍ୟରେ ୮ ଟି ମୋବାଇଲ ଚୋରି ହୋଇଛି। ଚଳିତ ମାସ ୨୦ ତାରିଖ ଦିନ କବାଟବନ୍ଧ ନୂଆସାହି ଗ୍ରାମର ଉଦୟଭାନୁ ସାହୁ ହାଟରୁ ଆଳୁ କିଣୁଥିବାବେଳେ ତାଙ୍କ ପକେଟରୁ ମୋବାଇଲ ଚୋରି ହୋଇଥିଲା। ସେହିପରି ଗତ ସପ୍ତାହରେ ବାରକଣା ଗ୍ରାମର କରୁଣାକର ସାହୁଙ୍କର ମୋବାଇଲ ମଧ୍ୟ ଚୋରି ହୋଇଥିବା ନେଇ ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା। ଗତମାସ ୩୦ ତାରିଖରେ ରାଇଛନ୍ଦା ଗ୍ରାମର ବୁଲୁ ସାହୁଙ୍କ ମୋବାଇଲକୁ ଜଣେ ଚୋର ନେଇ ପଳାଉଥିବା ବେଳେ ଲୋକମାନେ ତାକୁ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ନାବାଳକ ଦର୍ଶାଇ ଛାଡ଼ିଦେଇଥିଲା। ପୂର୍ବରୁ ମଧ୍ୟ କବାଟବନ୍ଧ ବଣିଆସାହି ଓ କଳିଙ୍ଗନଗର ଥାନା କଇଥା ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ଫୋନ ଏହି ହାଟରୁ ଚୋରି ହୋଇଥିଲା। ୪ ମାସ ମଧ୍ୟରେ ଏହି ସାପ୍ତାହିକ ହାଟରୁ ୮ ଟି ମୋଇଲ ଚୋରି ହୋଇଥିଲେ ମଧ୍ୟ ପୁଲିସ ଚୋରଙ୍କୁ ଧରିବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ଅଦ୍ୟାବଧି କରି ନାହାନ୍ତି। ଏଠାରେ ଚୋରି ରୋକିବାକୁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଧର୍ମଶାଳା ବ୍ଲକ କବାଟବନ୍ଧ ସାପ୍ତାହିକ ହାଟରେ ବଢୁଛି ମୋବାଇଲ ଚୋରି
ଗତ ୪ ମାସ ମଧ୍ୟରେ ୮ଟି ମୋବାଇଲ ଚୋରି
/sambad/media/post_attachments/wp-content/uploads/2021/11/mobile-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)