ପୁଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଗଲା ମୋବାଇଲ ଚୋର

ବିଞ୍ଝାରପୁର: ପୁଲିସକୁ ଚକମା ଦେଇ ଫେରାର ହୋଇଗଲା ଅଭିଯୁକ୍ତ | ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ଗତକାଲି ରାତିରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ମୋବାଇଲ ଚୋରି ନେଇ ଏକ ଅଭିଯୋଗ ହୋଇଥିଲା | ପୁଲିସ କେସ ନମ୍ବର-୧୫୦ ରୁଜୁ କରି ତଦନ୍ତ କରିଥିଲା | ଏହା ପରେ ପୁଲିସ ମୋବାଇଲ ଚୋରି ଅଭିଯୋଗରେ ସ୍ଥାନୀୟ ସିଂହପୁର ଗ୍ରାମର ୨୩ ବର୍ଷୀୟ ଯୁବକ ଅମୀୟ ପ୍ରସାଦ ପାଢ଼ୀଙ୍କୁ ସୋମବାର ଦିନ ଅଟକ ରଖିଥିଲା |

ତେବେ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଚୋରି ମାମଲା ଥିବାରୁ ତାଙ୍କୁ ଅଧିକ ପଚରାଉଚୁରା ପାଇଁ ଅଟକ ରଖିଥିଲା | ଗତକାଲି ରାତିରେ ଅଭିଯୁକ୍ତଙ୍କ ହାତରେ ହାତକଡ଼ି ପଡ଼ିଥିଲେ ବି ସେ ଏହାକୁ ଭାଙ୍ଗି ଫେରାର ହୋଇଯାଇଥିଲେ | ରାତିରେ କମ ପୁଲିସ କର୍ମଚାରୀ ଥିବାରୁ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା କୁହାଯାଉଥିବାବେଳେ ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା କହିଛନ୍ତି ଯେ ଅଭିଯୁକ୍ତକୁ ବର୍ତ୍ତମାନ ଖୋଜାଯାଉଛି |

ସମ୍ବନ୍ଧିତ ଖବର