ପୁରୀ: ଭକ୍ତମୟପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଗୁରୁବାର ଭକ୍ତଙ୍କ ସୁରକ୍ଷା ପାଇଁ ମକଡ୍ରିଲ କରାଯାଇଛି। ଏନଡିଆରଏଫ ଓ ଓଡିଆରଏଏଫ, ଅଗ୍ନିଶ୍ରମ ଆମ୍ବୁଲାନ୍ସ ଆଦି ବିଭାଗକୁ ନେଇ ଇଣ୍ଟିଗ୍ରେଟେଡ଼ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ମକଡ୍ରିଲ କରାଯାଇଛି। ସେପଟେ ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟରେ କିଭଳି ସମ୍ମନୟ ରଖି କାର୍ଯ୍ୟ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ।
ତେବେ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଅସୁସ୍ଥ ଭକ୍ତଙ୍କୁ ପ୍ରାଥମିକ ଚିକିତ୍ସା ସହ ଗ୍ରୀନ କରିଡର କରି କିଭଳି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲକୁ ପଠାଯିବ ତାର କରାଯାଇଥିଲା ଏକ ମକଡ୍ରିଲ।
ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁ-ସମନ୍ୱୟର ଏକ ମକଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଛି । ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ ଡ୍ରିଲର ପରିକଳ୍ପନା କରାଯାଇଛି।
ଏନେଇ ବଡ଼ଦାଣ୍ଡରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ପୂର୍ତ୍ତ ବିଭାଗ,ପୌର ପ୍ରଶାସନ ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲର କାର୍ଯ୍ୟକୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା। ରଥଯାତ୍ରା ବେଳେ ବିଭାଗୀୟ ସମ୍ମନୟ ରଖି କାର୍ଯ୍ୟ କରିବାକୁ କହିଛନ୍ତି ଜିଲ୍ଲାପାଳ।