କୋରାପୁଟ:ଜାତୀୟ ରାଜପଥ ହେଉ କିମ୍ବା ଫ୍ୟାକ୍ଟୋରୀ ହେଉ ହଠାତ ଯଦି ଆକସ୍ମିକ ଭାବେ କିଛି ଦୁର୍ଘଟଣା ଘଟେ କିପରି ଏହାକୁ ପରିଚାଳନା କରାଯିବ ତାହା ଉପରେ ସଚେତନତା ଡ୍ରିଲ ହୋଇଥିଲା। ବିଶେଷ କରି ପେଟ୍ରାଲିୟମ ଓ ରନ୍ଧନ ଗ୍ୟାସ ଟ୍ୟାଙ୍କରଟିଏ ଦୁର୍ଘଟଣା ଘଟିଲେ ତାହାର କିପରି ଭାବେ ମୁକାବିଲା କରାଯିବ ଏବଂ ଆଶୁ ଚିକିତ୍ସା କିପରି ଯୋଗାଇ ଦିଆଯିବ ସେଥିନେଇ ଶୁକ୍ରବାର ଆୟୋଜିତ ମକ୍ ଡ୍ରିଲକୁ କୋରାପୁଟବାସୀ ଦେଖିଥିଲେ।
କୋରାପୁଟ ଜିଲ୍ଲା ଡୁମୁରିପୁଟ ଆମୁନିଟି ନିକଟରେ ହୋଇଥିଲା ଏକ ମକ୍ ଡ୍ରିଲ। ଜୟପୁର ଫ୍ୟାକ୍ଟୋରୀ ଓ ବ୍ରଏଲର ବିଭାଗୀୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜରୁରୀକାଳୀନ ବିଭାଗ, ସିଆଇଏସଏଫ ନାଲକୋ, ହାଲ କତ୍ତୃପକ୍ଷ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନ୍ସ ଆୟୋଜନ କରିଥିଲା ଏହି ମକ୍ ଡ୍ରିଲ। ସମସ୍ତଙ୍କୁ ଏ ବିଷୟରେ ସଚେତନ କରାଯିବା ସହ ଏହି ଅଘଟଣକୁ କିପରି ମୁକାବିଲା କରାଯିବ ତାହା ଦର୍ଶାଯାଇଥିଲ। ଏଥିରେ ୪ଟି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗର ୫ଟି ଗାଡି, ଓଡ୍ରାଫର ୨ଟି ଗାଡି, ଆରଟିଓ, ପୁଲିସ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ରାଜପଥ ୨୬ରେ କିଛି ସମୟ ପାଇଁ ଲୋକେ ଏପରି ପରିସ୍ଥିତି ଦେଖି ହତବାକ୍ ହୋଇଥିଲେ। ମକ୍ଡ୍ରିଲ ଦ୍ବାରା କାର୍ଯ୍ୟକ୍ରମ ସଫଳ ହୋଇଥିଲା।