ରୋଗ ପୋକ ଜନିତ କ୍ଷତିପୂରଣ ନେଇ ଏସ୍‌ଆର୍‌ସିଙ୍କ ନୋଟିସ୍‌ ଜାରି

ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରୋଗ ପୋକ ଯୋଗୁଁ ଚାଷୀ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଗୁରୁବାର ସ୍ୱତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସ୍‌ରେ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି, ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ଚାଷୀଙ୍କୁ ଚାଷୀ ସବ୍‌ସିଡି ମିଳିବ। ପ୍ରକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଚିଠିରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ସରଜମିନ ତଦନ୍ତ କରି ଭାଗଚାଷୀଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଲିଜ ନେଇଥିବା ଚାଷୀ ଓ ରୟତଙ୍କୁ ମିଳିବ କ୍ଷତିପୂରଣ। ଦେବୋତ୍ତର ଜମିରେ ଫସଲ ନଷ୍ଟ ପାଇଁ ମଧ୍ୟ କ୍ଷତିପୂରଣ ମିଳିବ। ଜଙ୍ଗଲ ଜମିରେ ଚାଷ ପାଇଁ କ୍ଷତିପୂରଣ ମିଳିବ। ସରକାରୀ ଜମିରେ ଚାଷ କରୁଥବା ଲୋକଙ୍କୁ କ୍ଷତି ପୂରଣ ମିଳିବ ନାହିଁ। ସବସିଡି ରାଶି ଇ-ଟ୍ରାନ୍ସଫର ତଥା ବ୍ୟାଙ୍କ/ପୋଷ୍ଟାଲ ଆକାଉଣ୍ଟ ଜରିଆରେ ଦିଆଯିବ।

ସମ୍ବନ୍ଧିତ ଖବର