ଆଧୁନିକ ଆଲ୍‌ବମ୍‌ ‘ମନ କହେ ମୋର’ ଉନ୍ମୋଚିତ

ଭୁବନେଶ୍ବର : ‘ସୁରତରଙ୍ଗ’ ପକ୍ଷରୁ ପ୍ରଥମ ଆଧୁନିକ ଆଲ୍‌ବମ୍‌ ‘ମନ କ‌େହ ମୋର’ ୟୁନିଟ୍‌-୮ସ୍ଥିତ ମଙ୍ଗଳା ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଶ୍ୟାମାପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ମୁରଲୀ ମନୋହର ଶର୍ମା, ଉପଦେଷ୍ଟା ସୌରେନ୍ଦ୍ର ମହାପାତ୍ର, ଦିଲ୍ଲୀପ ଦାସ, ଗୌରୀ ଶଙ୍କର ମିଶ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ସହିତ ନବାଗତ କଣ୍ଠଶିଳ୍ପୀମାନଙ୍କୁ ନେଇ ‘ମନ କ‌େହ ମୋର’ ପ୍ରସ୍ତୁତ କରାଯାଇଛି। ପ୍ରଭାସିନୀ ମହାନ୍ତିଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ଆଲ୍‌ବମ୍‌ରେ ମୋଟ୍‌ ୭ଟି ଗୀତ ରହିଛି। ପାଶ୍ଚାତ୍ୟ, ସମ୍ବଲପୁରୀ, ବିହୁ ଓ ଝୁମର ସଙ୍ଗୀତ ଢାଞ୍ଚାରେ ଗୀତଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସ୍ନେହଲତା ପୃଷ୍ଟି ଓ ଚିତ୍ତରଞ୍ଜନ ପଣ୍ଡାଙ୍କ ରଚିତ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଅଜୟ କୁମାର ଦାଶ। ଇପ୍ସିତା ପଣ୍ଡା, ସୌମ୍ୟା ମହାନ୍ତି, ବୈଷ୍ଣବି ମହାନ୍ତି, ତନୁଶ୍ରୀ ଜେନା, ପ୍ରତିଭା ଦାଶ, ରଣଦୀପ ପାଲିତ, ନରେଶ ନାରାୟଣ ଓ ପୀୟୂଷ ମହାନ୍ତି କଣ୍ଠଦାନ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପ୍ରିୟ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଆଲ୍‌ବମ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର