ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଦୁଇ ବର୍ଷ ପୂରିଛି। ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡିଆ ପ୍ରଚାରରେ ଏକ ନମ୍ବର।

Advertisment

ତାଙ୍କ ଭାଷାରେ ମୁଖ୍ୟମନ୍ତ୍ୟରେ ଶାସନ କରିବାର ୨୧ ବର୍ଷ ବିତିଲାଣି। ଗତ ୨୧ ବର୍ଷ ଭିତରେ କେତୋଟି ଶିଳ୍ପ ରାଜ୍ୟରେ ପ୍ରତିଷ୍ଠା ହୋଇଛି। ହିରୋ ଓ ହିରୋଇନ୍‌ମାନଙ୍କୁ ଆଣି ଟଙ୍କା ବର୍ବାଦ କରିଛନ୍ତି। କେବଳ ଗୋଟିଏ ହକି ଓ୍ବାର୍ଲ୍‌ଡ କପ୍‌ କରିଛନ୍ତି। ଏ ଯାଏ ଗରିବଙ୍କୁ ଇନ୍ଦିରା ଆବାସ ଦେଇପାରିଲେ ନାହିଁ। ପିଇବା ପାଣି ନାହିଁ। ଲାଇନ୍‌ ନାହିଁ କି ରାସ୍ତା ନାହିଁ। ପଞ୍ଚମପାଳିର ଦୁଇ ବର୍ଷରୁ ପ୍ରଥମ ବର୍ଷ ବିନା କାମରେ ଚାଲିଗଲା। ଦ୍ବିତୀୟ ବର୍ଷ କୋଭିଡରେ ଚାଲିଯାଇଛି। ବିଜେଡି-ବିଜେପି ଭିତରେ କୁଣ୍ଢାକୁଣ୍ଢି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ୨୦ ହଜାର କୋଟି ମାଗିଲେ।