ଦ୍ବନ୍ଦ୍ବ ଦେଇଗଲେ ମୋଦୀ: ଅଡ଼ୁଆରେ ପଡ଼ିଲା ରାଜ୍ୟ ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ୨୦୧୫ ଜାନୁଆରିରେ ରାଜଧାନୀ ଛାତି ଉପରେ ତତ୍କାଳୀନ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଆଗରେ ରଖି ମହାସଂଗ୍ରାମ ଡାକରା ଦେଇଥିଲା। ହଜାର ହଜାର କର୍ମୀଙ୍କ ସାମ୍ନାରେ ଦଳର େନତାମାେନ ଗର୍ଜନ ତର୍ଜନ କରିଥିଲେ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିେଷାଦଗାର କରିବା ତ ଦୂରର କଥା, ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଧରିନଥିଲେ। ପଦୁଟିଏ ବି କହିନଥିଲେ। ଏହି ଘଟଣା ସେ ସମୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ସନ୍ଧ୍ୟାରେ ଶ୍ରୀ ଶାହଙ୍କ ସାମ୍ନାରେ କର୍ମୀ ଅସନ୍ତୋଷ ଝା଼ଡିଥିଲେ ଓ ବୁଝାସୁଝା କରି ସେମାନଙ୍କୁ େଫରାଇ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ୨୦୧୮ରେ ବିଜେପୁର ଉପନିର୍ବାଚନରେ ବିଜେଡିକୁ ଟକ୍କର ଦେବାକୁ ପାଗ ଭିଡିଥିଲା ବିଜେପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମୁହାଁମୁହିଁ େହାଇଥିଲେ େକନ୍ଦ୍ର େପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନର ଦୁଇ ଚାରିଦିନ ପୂର୍ବରୁ ନବୀନ-େମାଦୀଙ୍କ ନୂଆଦିଲ୍ଲୀ ଭେଟଘାଟ୍ ହେଲା। ଦ ଟଲ୍ ମ୍ୟାନ ପୁସ୍ତକ ମୁଖ୍ୟମନ୍ତ୍ରୀ ସେଦିନ ପ୍ରଧାନମନ୍ତ୍ରୀଙ୍କୁ େଦଇଥିଲେ। ଏହି ଉପନିର୍ବାଚନରେ ୪୦ ହଜାରରୁ ଅଧିକ େଭାଟରେ ଜିତିିଲେ ବିଜେଡି ପ୍ରାର୍ଥୀ। ୨୦୧୭ ପଞ୍ଚାୟତ ନିର୍ବାଚନରେ ମୟୂରଭଂଜରେ ଦବଦବା େଦଖାଇଥିଲା ବିଜେପି। ୨୦୧୮ ଶେଷ ଭାଗରେ ମୟୂରଭଂଜ ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନକୁ କିନ୍ତୁ ବିଜେପି ଯେଭଳି ଗୁରୁତ୍ବ ଦେବା କଥା, ସେମିତି ଦେଲାନି।

କଟକ, ଅନୁଗୁଳ, ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ, ବିେଜଡି ବିେରାଧରେ ଗର୍ଜନ ତର୍ଜନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ରବିବାର େଖାର୍ଧା ବରୁଣେଇ ପାହାଡ଼ ତଳର ସଭାରେ ମାପିଚୁପି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ରଖିଛନ୍ତି, କିନ୍ତୁ େମାଦୀଙ୍କ ମୁହଁ ଓ ଭାଷା େଯଉଁ ପ୍ରଚଣ୍ଡ ଆକ୍ରମଣର ସୂଚନା ଦିଏ,ତାହା ପରିଦୃଷ୍ଟ େହଲାନାହିଁ। ବରଂ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ େମାଦୀ-ନବୀନଙ୍କ ହସହସ ଚେହେରା ଓ ଆେଲାଚନା ରାଜ୍ୟବାସୀ େଦଖିଲେ। ପ୍ରଧାନମନ୍ତ୍ରୀ େମାଦୀ ଗତକାଲି ଓଡ଼ିଶାରୁ େଫରିଯିବା ପରେ ଏଇ ଚାରିଟି ଘଟଣାକୁ ମନେ ପକାଇ ବିଜେପି କର୍ମୀ ଦ୍ବନ୍ଦ୍ବରେ ପଡିଯାଇଛନ୍ତି। ବିେଜଡି, ବିେଶଷକରି ନବୀନ ପଟ୍ଟନାୟକଙ୍କ ସଂପର୍କରେ ଦଳର ବାସ୍ତବ ରଣନୀତି କଣ ତାହା କାହାକୁ ବୁଝାପଡୁନାହିଁ। ନିଜ ନିଜ ଅଞ୍ଚଳକୁ େଫରିଯିବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି, ସତରେ କଣ ମୋଦୀ-ନବୀନଙ୍କ ମଧ୍ୟରେ ଦୂରତା କମ୍? େକନ୍ଦ୍ରରେ ସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ବର୍ତମାନ ଓଡ଼ିଶାରେ ବିେଜଡି ପ୍ରତି ବିଜେପି ଅପେକ୍ଷାକୃତ କୋହଳ ମନୋଭାବ େପାଷଣ କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ବି ସେୟା େହବ? ପ୍ରଧାନମନ୍ତ୍ରୀଙ୍କ ଚୌକି ପାଇଁ ବିଜେଡିର ସହଯୋଗ ଅପରିହାର୍ଯ୍ୟ କି? ପ୍ରଧାନମନ୍ତ୍ରୀ ଫେରିଯିବାର ୩୦ ଘଣ୍ଟା ପରେ ବି ଏଭଳି ଦ୍ବନ୍ଦ୍ବରେ ପଡ଼ିଥିବା କର୍ମୀମାେନ ଗାଁ ଗଣ୍ଡାରେ ବିଛା଼ଡି ଦେଲେଣି। ବିେଜଡି ସରକାର ବିେରାଧରେ ରାଜ୍ୟ ବିେଜପି େନତା େଯଭଳି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, େକନ୍ଦ୍ରୀୟ େନତାଙ୍କ ଏଜେଣ୍ଡା ତାହା ଠାରୁ ଭିନ୍ନ ଏକଥା ତୃଣମୂଳସ୍ତରକୁ େଭଦିବାରେ ଲାଗିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଖଣି, ଚିଟଫଣ୍ଡ, ପିସି କାରବାର ନେଇ ପ୍ରଧାନମନ୍ତ୍ରୀ ଖୁବ ଜୋରରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି। ଦୁର୍ନୀତି ଗ୍ରସ୍ତ ରାଜ୍ୟ ସରକାରଙ୍କୁ ହଟାଇବାକୁ ସେ ଗତକାଲି ଆହ୍ବାନ ଦେଇଛନ୍ତି। କିନ୍ତୁ ରାଜନୈତିକ ମହଲର କହିବା କଥା େହଉଛି, ବିେଜଡି ପ୍ରତି ମୋଦୀଙ୍କ ୌକାହଳ ମନୋଭାବ ପଛରେ ଦୁଇଟି କାରଣ ଥାଇପାରେ। ପ୍ରଥମତଃ, େମାଦୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବିେଜପି ପାଇଁ ବୁେମରାଂ େହାଇଛି। ସବୁବେଳେ େଦାଷ ଦର୍ଶୀମାନଙ୍କୁ ଭାରତର ରାଜନୀତି ଇତିହାସରେ ପ୍ରତ୍ୟାଖ୍ୟାନ କରାଯାଇଥିବା ଦେଖାଯାଇଛି। ଦ୍ବିତୀୟତଃ, ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଦଳ ଖରାପ ପ୍ରଦର୍ଶନ କରିବା ପରେ ଏବେ ବିଜେଡି ଭଳି ଆଞ୍ଚଳିକ ଦଳ, ଯେଉଁମାେନ ସଂସଦ ଭିତରେ ଓ ବାହାରେ ସବୁ ବେଳେ ସହଯୋଗର ହାତ ବଢାଇଛନ୍ତି, େସମାନଙ୍କୁ ଟାର୍ଗେଟ କରିବା ବିଜେପିକୁ ମହଙ୍ଗା ପଡିପାରେ। କାରଣ ସଂପୃକ୍ତ ରାଜନୈତିକ ଦଳ ଯଦି େତଲେଙ୍ଗାନା ରାଷ୍ଟ୍ରୀୟ ସମିତି ଭଳି ଭଲ ପ୍ରଦର୍ଶନ କରନ୍ତି, ତେବେ ଭବିଷ୍ୟତରେ ହାତ ଛାଡିଦେବା ବିଚିତ୍ର ନୁହେଁ। ଅନ୍ୟଥା ସରକାରୀ ବିରୋଧୀ ହାଵାରୁ ଫାଇଦା ଗୋଟାଇବା ବେଳେ କେବଳ ଯେ ବିଜେପି େନବ ତାହା ନୁହେଁ, କଂଗ୍ରେସ ବି ଆଗକୁ ଯାଇପାରେ ଓ କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି େହାଇପାରେ। ସେଥିରେ ବି ବିେଜପିର କ୍ଷତି ହେବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଦଳର ଅଭ୍ୟୁଦୟ ଅପେକ୍ଷା ଜାତୀୟ ରାଜନୀତିର ତିଷ୍ଠି ରହିବା ଏବେ େକନ୍ଦ୍ରୀୟ ବିଜେପି ପାଇଁ ଆହ୍ବାନ ହେଲାଣି। େଗାଟିଏ ପଟେ ମହାଗଠନ ବନ୍ଧନ ଦୃଢ େହଉଥିବା ବେଳେ ହିନ୍ଦୀ ଭାଷାଭାଷି ଅଞ୍ଚଳର େଲାକେ ବିଜେପିରୁ ମୁହଁ େଫରାଇ ନେଲେଣି। ସେପଟେ ବିଜେପିର ଶୀର୍ଷସ୍ତରରେ ବି କିଛି ଠିକ୍ ଚାଲିନାହିଁ, ଏକଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। େଖାଦ୍ ପ୍ରଧାନମନ୍ତ୍ରୀଙ୍କ ବିେରାଧରେ ଏକ ସମାନ୍ତରାଳ ସଂଗଠନ ମୁଣ୍ଡ ଟେକୁଥିବା ପରିପ୍ରେକ୍ଷୀରେ ବିଜେପି ପାଇଁ ଚାପ ବଢିବାରେ ଲାଗିଛି। ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଆଞ୍ଚଳିକ ଦଳର େନତାମାେନ େମାଦୀଙ୍କ ପାଇଁ ଅନେକ ଗୁରୁତ୍ବ ରଖୁଛନ୍ତି। ଏଣୁ କିଛି ମାସ ତଳେ ନବୀନଙ୍କୁ ଆଡ ଆଖରେ ଚାହୁଁନଥିବା େମାଦୀ ଗତକାଲି ହସି ହସି ଆଲୋଚନା କରିବାରେ ଅପ୍ରାସଙ୍ଗିକତା ନାହିଁ।

ସମ୍ବନ୍ଧିତ ଖବର