‘କାଳିଆ’ ରାସ୍ତାରେ ମୋଦୀ: ଭୋଟ୍‌ ହାତେଇବାକୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବ କେନ୍ଦ୍ର

ସାର୍ବଜନୀନ ମୌଳିକ ଆୟ ଯୋଜନାେର ମାସକୁ ୨୫୦୦, ଟଙ୍କା ନାହିଁ, ରିଜର୍ଭ ବ୍ୟାଙ୍କ ହିଁ ଭରସା

ଭୁବନେଶ୍ବର: କୃଷକମାନଙ୍କ ବିକାଶ ପାଇଁ ଓଡ଼ିଶା ସରକାର ଆଣିଥିବା ‘କାଳିଆ’ ଯୋଜନାକୁ କଡ଼ା ଭାଷାରେ ସମାେଲାଚନା କରୁଛି ରାଜ୍ୟ ବିଜେପି। ହେଲେ ନବୀନଙ୍କ ଏହି େଯାଜନାକୁ କିନ୍ତୁ ଅର୍ଥନୀତିଜ୍ଞ, ଏପରିକି ପଞ୍ଚଦର୍ଶ ଅର୍ଥ କମିସନ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ଗାଁ ଗଣ୍ଡାରେ ଏହି େଯାଜନାରେ ସାମିଲ ହେବା ପାଇଁ ଭିଡ ଲାଗିଛି। ଠିକ ଏମିତି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ‘କାଳିଆ’ ଅନୁରୂପ ଏକ େଯାଜନା ପ୍ରସ୍ତୁତ କଲେଣି। ଏ େନଇ େକନ୍ଦ୍ର ସରକାରରେ ଜବରଦସ୍ତ କସରତ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ସାର୍ବଜନୀନ ମୌଳିକ ଆୟ ଯୋଜନା ବା ୟୁନଭର୍ସାଲ ବେସିକ୍ ଇନକମ୍ ସ୍କିମ୍ ନାମରେ ଏହା କାର୍ଯ୍ୟକାରୀ କରାଯିବ। ଆସନ୍ତା େଫବ୍ରୁଆରି ୧ ତାରିଖରେ େକନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ବେଳେ, ଏ ସଂପର୍କରେ େଘାଷଣା େହବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ େକନ୍ଦ୍ର ସରକାର ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ନିଯୁକ୍ତି ଏବଂ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଲାଗି ସଂସଦରେ ବିଲ୍ ଗୃହୀତ କରାଇ ସାରିଛନ୍ତି। ହେଲେ ନିର୍ବାଚନ ବର୍ଷରେ ଏହା େଯ େଭାଟ େଗାଟାଇ ପାରିବ, ଏ ଭରସା େକନ୍ଦ୍ରର ପାଉନି। ଏଣୁ କାଳିଆ ଅନୁରୂପ େଯାଜନା କାର୍ଯ୍ୟକାରୀ କରି ସିଧାସଳଖ ଗରିବଙ୍କ ହାତରେ ଅର୍ଥ ଧରାଇବା ଭଳି ଏକ େଯାଜନା ରୂପରେଖ ପ୍ରସ୍ତୁତ ଚାଲିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏହି େଯାଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥି‌ବା ଲୋକଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ। ତେବେ ସେମାନଙ୍କୁ ଖାଦ୍ୟ ଏବଂ ଏଲ୍‌ପିଜି ଆଦି ବାବଦରେ ପ୍ରଦାନ କରାଯାଉଥିବା ରିହାତିକୁ ପ୍ରତ୍ୟାହାର କରି ନିଆଯାଇପାରେ।ଏହାକୁ ସାର୍ବଜନୀନ ମୌଳିକ ଆୟ ଯୋଜନା ବା ୟୁନଭର୍ସାଲ ବେସିକ୍ ଇନକମ୍ ସ୍କିମ୍ କୁହାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ ହେ‌ଲେ ଗ୍ରାମାଞ୍ଚଳରେ ବାସ କରୁଥିବା ୫ ସଦସ୍ୟ ବିଶିଷ୍ଟ ପରିବାର ମଧ୍ୟରୁ ଅଧା ପରିବାର ଏବଂ ସହରାଞ୍ଚଳର ଗରିବ ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କ ପୌଷ୍ଟିକ ତତ୍ତ୍ବ ଆବଶ୍ୟକତାକୁ ପୂରଣ କରାଯାଇ ପାରିବ େବାଲି େକନ୍ଦ୍ର ସରକାର ବିଚାର କରୁଛନ୍ତି। ସରକାର ଯଦି ପ୍ରତି ଗରିବ ପରିବାରକୁ ଆୟ ଭାବେ ୨୫୦୦ ଟଙ୍କା ପ୍ରଦାନ କରନ୍ତି ତାହେଲେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ ପ୍ରାୟ ୩୨ ହଜାର କୋଟି ଟଙ୍କା ଆବଶ୍ୟକ। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ତହବିଲରେ ଅର୍ଥ ନାହିଁ। ରିଜର୍ଭ ବ୍ୟାଙ୍କଠାରୁ ସରକାର ଯଦି ଟଙ୍କା ଆଣିବାରେ ସକ୍ଷମ ହୁଅନ୍ତି ତାହେଲେ ଏହି ଯୋଜନାକୁ ଯାଇ କାର୍ଯ୍ୟକାରୀ କରାଯାଇ ପାରିବ। ତେଣୁ ରିଜର୍ଭ ବ୍ୟାଙ୍କ କେତେ ଅର୍ଥ ଦେଉଛି ତାହା ଉପରେ ନିର୍ଭର କରୁଛି କେତେ ଜଣ ହିତାଧିକାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ‌ କରିବେ।

ନିର୍ବାଚନରେ ପରାଜୟ ଭୟ ଘାରିବାରୁ ଏହାକୁ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରିବାକୁ େକନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ରାଜନୈତିକ ମହଲରେ କୁହାଯାଉଛି। େଗାଟିଏ ମହଲ ଯୁକ୍ତି କରୁଛନ୍ତି, ଦେଶର ଲୋକସଂଖ୍ୟାର ୪୭ ଭାଗ କୃଷକ ହୋଇଥିବାରୁ ସେମାନଙ୍କ ଭୋଟ ହାତେଇବା ପାଇଁ େକନ୍ଦ୍ରରେ ବିଜେପି ଏବେ ଓଡ଼ିଶାର କାଳିଆ ଭଳି ଏକ ଯୋଜନା ପ୍ରଣୟନ କରିବା ଉପରେ ବିଚାର କରୁଛି। ତେବେ ଆସନ୍ତା ଜୁନ ଜୁଲାଇ ମାସ ବେଳକୁ ଖରିଫ ଋତୁ ଆରମ୍ଭ ହେଲେ ହିଁ କୃଷକମାନଙ୍କୁ ସରକାର କି ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି ତାହାର ଚିତ୍ର ସ୍ପଷ୍ଟ ହେବ।ଉଲ୍ଲେଖଯୋଗ୍ୟ, ପୂର୍ବରୁ‌ ତେଲେଙ୍ଗାନା ସରକାର କୃଷକମାନଙ୍କ ପାଇଁ ରାୟୁତୁବନ୍ଧୁ ଯୋଜନା କାର୍ଯ୍ୟକାରୀ କରି ଆସିଛନ୍ତି। ଏହି ଯୋଜନାରେ ଏକର ପିଛା ୪୦୦୦ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ‌୧ ଏକର ପର୍ଯ୍ୟନ୍ତ ଚାଷ କରୁଥିବା ଏହି ଯୋଜନାର ହିତାଧିକାରୀ ହୋଇପାରିବେ। ତେଲେଙ୍ଗାନା ପରେ ଓଡ଼ିଶା ସରକାର କାଳିଆ ଯୋଜନାରେ କୃଷକମାନଙ୍କୁ ସମ୍ବେଦନଶୀଳ ବର୍ଗ େବାଲି ଦର୍ଶାଇ ବାର୍ଷିକ ୧୦ ହଜାର ଟଙ୍କାର ସହାୟତା ଦେବା ପାଇଁ େଘାଷଣା କରିଛନ୍ତି। କେବଳ ସେତିକି ନୁହେଁ, ଭୂମିହୀନ ଏବଂ ବୟସ୍କ, ଭିନ୍ନକ୍ଷମ ଚାଷୀଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଓଡ଼ିଶା ଋଣ ଛା଼ଡ ରାସ୍ତାରେ ନଯାଇ ୩୨ ଲକ୍ଷ ହିତାଧିକାରୀଙ୍କ ପାଇଁ କାଳିଆ ଭଳି େଯାଜନା କାର୍ଯ୍ୟକାରୀ କରିଥିଲେ। ଯଦିଓ ରାଜ୍ୟ ବିଜେପି ଋଣ ଛାଡ ପ୍ରତିଶ୍ରୁତି େଦଉଛି, ପ୍ରଧାନମନ୍ତ୍ରୀ କିନ୍ତୁ ନବୀନଙ୍କ ଭଳି ଋଣ ଛାଡ ସପକ୍ଷରେ ନାହାନ୍ତି।

ସମ୍ବନ୍ଧିତ ଖବର