ଦେଶବାସୀଙ୍କୁ ପ୍ରଭୁ ଜଗନ୍ନାଥ କୃପା କରନ୍ତୁ : ମୋଦୀ

ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୬୯ ତମ ଜନ୍ମଦିନ ଥିଲା | ତେବେ ମୋଦୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଥିଲା | ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ | ନବୀନଙ୍କ ଟ୍ୱିଟକୁ ରିଟ୍ୱିଟ କରି ମୋଦୀ ମଧ୍ୟ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହ ନବୀନଙ୍କ ଜନ୍ମଦିନ ଶୁଭକାମନା ପାଇଁ ତାଙ୍କ ପାଖେ କୃତଜ୍ଞ ବୋଲି ଜଣାଇଛନ୍ତି |

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ନିଜ ଟ୍ୱିଟରରେ ଲେଖିଥିଲେ | ମୋଦୀ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ସମସ୍ତ ଦେଶବାସୀଙ୍କ ଉପରେ କୃପା କରନ୍ତୁ ବୋଲି ମୋଦୀ ଲେଖିଛନ୍ତି |

ଅନ୍ୟପଟେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ବେଳାଭୂମିରେ ମୋଦୀଙ୍କର ବାଲୁକା କଳା ନିର୍ମାଣ କରିଥିଲେ | ଏହି ବାଲୁକା କଳା ମଧ୍ୟରେ ମୋଦୀଙ୍କ ସ୍ଵଛ ଭାରତ ମିଶନକୁ ଦର୍ଶାଯାଇଥିବାବେଳେ ମୋଦୀଙ୍କ ସହ ଅଜସ୍ର ଆଶୀର୍ବାଦ ଥିବାର ଉଲ୍ଲେଖ କରିଥିଲେ | ଯାହାକୁ ନେଇ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ | ସେ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ ବାଲୁକା କଳା ପାଇଁ ଧନ୍ୟବାଦ ଜଣାଇଛନ୍ତି | ସେହିପରି ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ଯୁବକ ସୁଜିତ ଦାସଙ୍କୁ ମଧ୍ୟ ମୋଦୀ ତାଙ୍କ ଫଟୋ ପାଇଁ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର