ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୧୫ ତାରିଖରେ  ବଲାଙ୍ଗିରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବଲାଙ୍ଗିର ଗସ୍ତ ସମୟରେ ମୋଦିଙ୍କ ସମ୍ଭାବ୍ୟ କାର୍ଯ୍ୟସୂଚୀ ଏପରି ରହିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ।

publive-image

୧୦ଟା ୪୦ରେ ବଲାଙ୍ଗିର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମର ସମୟ ୧୧ଟା ୪୫ ମିନିଟ ରହିଛି।

publive-image

ପଥରଚେପାରେ ସାଢ଼େ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ।

ଝାରସୁଗୁଡ଼ାରୁ ସେ ଅପରାହ୍ନ ୧.୪୫ ମିନିଟ୍‌ରେ କେରଳର ତିରୁଅନନ୍ତପୁରମ୍‌ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।