ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ବକୁ ନେଇ ରଚିତ ପୁସ୍ତକ ‘ମୋଦୀ @୨୦- ଡ୍ରିମ୍ସ ମିଟ୍ ଡେଲିଭରି’ ଲୋକାର୍ପିତ ହୋଇଛି। ସଂସ୍କୃତି ଭବନ ପରିସରେ ଜୟହିନ୍ଦ ଭାରତ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପୁସ୍ତକ ଲୋକାର୍ପଣ କରି କହିଲେ, ଅନ୍ୟମାନେ ସ୍ବପ୍ନ ଦେଖାନ୍ତି କିନ୍ତୁ ମୋଦୀ ସ୍ବପ୍ନକୁ ସାକାର କରିଛନ୍ତି। ଇଂରାଜୀ ଓ ହିନ୍ଦୀରେ ଏହି ସଂକଳନ ଉନ୍ମୋଚିତ ହୋଇସାରିଥିବା ବେଳେ ଖୁବଶୀଘ୍ର ଏହାର ଓଡ଼ିଆ ସଂସ୍କରଣ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/09/p9-1-750x398.jpg)
ଏହି ଅବସରରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ଜାତୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସମାଜସେବୀ ଇଂ ସୂର୍ଯ୍ୟନାରାୟଣ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/modi-a.jpg)