ପୁରୀ: ପ୍ରଧାନମନ୍ତ୍ରୀ ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ଦ୍ବାରଫିଟାଠାରୁ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆପତତଃ ସକାଳ ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି। ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ତାଳବଣିଆରୁ କାରକେଡ୍ ବାହାରିଲେ, ସିଟି ରୋଡ୍, ଭିଆଇପି ରୋଡ୍ ଆଦି ସିଲ୍ ହେବ। ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିବ। ଛାତ ଉପରେ ସଶସ୍ତ୍ର ପୁଲିସ ଜଗିବେ। ଡ୍ରୋନ୍ ଉଡ଼ିବା ଉପରେ କଟକଣା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଆଜି ମୋଦୀଙ୍କ ରୋଡ୍ ସୋ’: ସକାଳ ସାଢ଼େ ୮ଟା ଯାଏ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ
ରବିବାର ରାତି ୧୧ଟାରୁ ସୋମବାର ସକାଳ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କଟକଣା