ପୁରୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ପୁରୀ ଗୋବର୍ଦ୍ଧନ ମଠରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କୁ ଭେଟିଛନ୍ତି। ଆଜି ଶ୍ରୀ ଭାଗବତ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ଧାର୍ମିକ ଅଭିଭାଷଣ ଦେଇଛନ୍ତି। ଏହି ଅବସରରେ ଜଗଦ୍ଗୁରୁ କହିଛନ୍ତି, ସନାତନ ଧର୍ମ ଆଜିର କମ୍ପ୍ୟୁଟର, ମୋବାଇଲ୍ ଭଳି ଅତ୍ୟାଧୁନିକ ଯୁଗରେ ବି ସର୍ବଶ୍ରେଷ୍ଠ। ସନାତନ ଧର୍ମର ପ୍ରଚାରପ୍ରସାର ଉପରେ ଶ୍ରୀ ଭାଗବତ ମୋ ସହ ଆଲୋଚନା କରିଥିଲେ। ସନାତନ ଧର୍ମର ସିଦ୍ଧାନ୍ତ କିଭଳି ପ୍ରତ୍ୟେକଙ୍କଠାରେ ପ୍ରକଟିତ ହେବ, ସେ ଉପରେ ବିଚାରବିମର୍ଶ କରିଥିଲେ।
ଶ୍ରୀ ଭାଗବତ କହିଛନ୍ତି, ସନାତନ ଧର୍ମର ଯେଉଁ ନିୟମ ରହିଛି, ଭାଗବତରେ ତାକୁ କର୍ମକାଣ୍ଡ କୁହାଯାଉଛି। ଏଥିରୁ ଜୀବନରେ ଅନୁଶାସନ ଆସୁଛି। ଏଣୁ ଏହାକୁ ଶ୍ରଦ୍ଧାର ସହ ସମସ୍ତେ ଅନୁପାଳନ କରିବା ଦରକାର। ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇ ଫେରିବା ପରେ ଶ୍ରୀ ଭାଗବତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଶ୍ରୀ ଭାଗବତଙ୍କୁ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ଅନ୍ୟମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପହାର ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ କାଠ, କପଡ଼ା, ଦଉଡ଼ି, ଶରଧାବାଲିର ବାଲି ଆଦି ଉପହାର ସ୍ବରୂପ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/65465gd4j65jgdgjgjddgj.jpg)