ସମାଜକୁ ସଂଗଠିତ କରିବା ସଂଘର କାର୍ଯ୍ୟ : ମୋହନ ଭାଗବତ

ଭୁବନେଶ୍ୱର : ସମାଜର ଉନ୍ନତି ହେଲେ ଦେଶର ଉନ୍ନତି ହେବ । କିନ୍ତୁ ଉନ୍ନତ ସମାଜ ଗଠନ ପାଇଁ ଚରିତ୍ରବାନ ବ୍ୟକ୍ତି ଓ ଶ୍ରେଷ୍ଠ ବିଚାରଧାରା ଆବଶ୍ୟକ । ଶ୍ରେଷ୍ଠ ବିଚାରଧାରା ଥିବା ବ୍ୟକ୍ତିଙ୍କୁ ତିଆରି କରିବାକୁ ହେବ । କାରଣ ସମାଜ ଶ୍ରେଷ୍ଠ ଲୋକଙ୍କୁ ନେଇ ଚାଲୁଛୁ । ଚରିତ୍ରବାନମାନଙ୍କୁ ଅନ୍ୟମାନେ ଅନୁସରଣ କରିଥାନ୍ତି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ।
ସ୍ଥାନୀୟ ସୋଆଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମଣ୍ଡଳ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ସମାଜକୁ ସଂଗଠିତ କରିବା ସଂଘର କାର୍ଯ୍ୟ । ସଂଗଠିତ ସମାଜ ଦ୍ୱାରା ହିଁ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ ଆମ ଭାବନାର ଆଧାରରେ ସଂସ୍କୃତିର ସୃଷ୍ଟି ।

ଭୁବନେଶ୍ୱରରେ ଅନୁଷ୍ଠିତ ଆରଏସଏସର ମଣ୍ଡଳ ସମ୍ମିଳନୀ ଆସନ୍ତା ୯ ଦିନ ଧରି ଚାଲିବ । ଏଥିରେ ଆମ ରାଜ୍ୟ ଓ ଦେଶର ବିଭିନ୍ନ ଅଂଚଳରୁ ବୁଦ୍ଧିଜୀବି ଓ ସଂଘ ପ୍ରଚାରକମାନେ ଯୋଗ ଦେଇଛନ୍ତି ।

ସମ୍ବନ୍ଧିତ ଖବର