ଭୁବନେଶ୍ବର : ଆସନ୍ତା ୨୫ ଓ ୨୬ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ପୂର୍ବକ୍ଷେତ୍ର ପାଇଁ ଭୁବନେଶ୍ୱର ତେରାପନ୍ଥ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସରସଂଘଚାଳକ ଡ. ମୋହନ ଭାଗବତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ ୨୪ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ତାଙ୍କ ସହିତ ସରକାର୍ଯ୍ୟବାହ ସୁରେଶ ଯୋଶୀ ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗ ନେବେ। କରେନାର ବର୍ତମାନର ସ୍ଥିତି ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଭାରତୀୟ ସ୍ତରରେ ଅନୁଷ୍ଠିତ ନ ହୋଇ ଏହି ବୈଠକ କ୍ଷେତ୍ରସ୍ତରରେ ଅନୁଷ୍ଠିତ ହେଉଛି। ଚଳିତବର୍ଷ ଏହି ବୈଠକ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଲା। ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ଶ୍ରୀ ଭାଗବତଙ୍କ ୪ ଦିନିଆ ଗସ୍ତ ବାତିଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/mohan-bhagwat1.jpg)