ଭୁବନେଶ୍ବର: ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଆଜି ଜନତା ମୈଦାନରେ ହେବାକୁ ଥିବା ଶପଥ ପାଠ ସମାରୋହରେ ଯୋଗ ଦେବାକୁ କରିଛନ୍ତି ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥପାଠ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ। ଏହାସହ ନୂଆ ସରକାରଙ୍କୁ ମଧ୍ୟ ଆଶୀର୍ବାଦ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ନବୀନ।

Advertisment

ଏହାପରେ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ନବୀନ ବାବୁଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲି। ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ଜଣାଇଲି। ନବୀନ ବାବୁ ବି ସମାରୋହକୁ ଆସିବାକୁ ସମ୍ମତି ଜଣାଇଥିଲେ।