ପୁରୀ: ଦେଶର ବିକାଶ ତଥା ସମୃଦ୍ଧିର ରେଳରେ ଓଡ଼ିଶା ପ୍ରଥମ ବଗି ହେବ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ, ସବୁ କ୍ଷେତ୍ରରେ ଓଡ଼ିଶା ବିକଶିତ ରାଜ୍ୟରେ ପରିଗଣିତ ହେବ। ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ କରିବ। ରେଳପଥ, ଆକାଶପଥ, ସଡ଼କପଥ ଓ ଜଳପଥର ବିକାଶ କରି ରାଜ୍ୟ ପ୍ରଗତିର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ୧୦୦ ଦିନରେ ଏହି ବିକାଶର ପର୍ବ ଆରମ୍ଭ ହୋଇସାରିଛି। ଓଡ଼ିଶାରେ ବିଜେପି ଶାସନର ୧୦୦ ଦିନ ପୂର୍ତ୍ତି ଅବସରରେ ଗୁରୁବାର ପୁରୀ ଶରଧାବାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହିଛନ୍ତି। ପୁରୀ, ୧୯/୯ (ଇମିସ): ଦେଶର ବିକାଶ ତଥା ସମୃଦ୍ଧିର ରେଳରେ ଓଡ଼ିଶା ପ୍ରଥମ ବଗି ହେବ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ, ସବୁ କ୍ଷେତ୍ରରେ ଓଡ଼ିଶା ବିକଶିତ ରାଜ୍ୟରେ ପରିଗଣିତ ହେବ। ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ କରିବ। ରେଳପଥ, ଆକାଶପଥ, ସଡ଼କପଥ ଓ ଜଳପଥର ବିକାଶ କରି ରାଜ୍ୟ ପ୍ରଗତିର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ୧୦୦ ଦିନରେ ଏହି ବିକାଶର ପର୍ବ ଆରମ୍ଭ ହୋଇସାରିଛି। ଓଡ଼ିଶାରେ ବିଜେପି ଶାସନର ୧୦୦ ଦିନ ପୂର୍ତ୍ତି ଅବସରରେ ଗୁରୁବାର ପୁରୀ ଶରଧାବାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହିଛନ୍ତି। 
  ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସେଥିରୁ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିସାରିଛୁ। ସଂକଳ୍ପପତ୍ରର ବାକି ପ୍ରତିଶ୍ରୁତି ୫ ବର୍ଷ ଭିତରେ ପୂରଣ 
କରି ଦେଖାଇବୁ। ୧୦୦ ଦିନର ଏ ସଫଳତାର ବିକାଶ ଯାତ୍ରାରେ ମହାପ୍ରଭୁଙ୍କ ଆଶୀର୍ବାଦ ଆମ ଭିତରେ କର୍ମପ୍ରବଣତା ବଢ଼ାଇ ଦେଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କଥା କହି ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ସରକାର ପ୍ରଜାଙ୍କର। ପ୍ରଜାଙ୍କ ହିତ ଓ ସ୍ବାର୍ଥସାଧନ ସରକାରଙ୍କ ଦାୟିତ୍ବବୋଧ। ପୂର୍ବ ସରକାରରେ ବର୍ଷ ବର୍ଷ ଧରି ଲୋକଙ୍କ ଅଭିଯୋଗର ସମାଧାନ ହୋଇ ପାରୁନଥିଲା। ଏବେ ମନ୍ତ୍ରୀ, ବିଧାୟକ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚୁଛନ୍ତି ଓ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛନ୍ତି। ଲୋକଙ୍କୁ ଅଣଦେଖା ପାଇଁ ୨୪ ବର୍ଷର ଅହଙ୍କାରୀ ସରକାରର ପତନ ଘଟିଛି। ପୂର୍ବ ସରକାର ଭୋଟ୍‌ ରାଜନୀତି ପାଇଁ ମହାପ୍ରଭୁଙ୍କୁ ବ୍ୟବହାର କରିବାକୁ ବି ପଛାଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
  ସେ ଆହୁରି କହିଥିଲେ, ୧୦୦ ଦିନ ଭିତରେ ଆମେ କେତେ କାମ କରିଛୁ ଓ ବାକି ସଂକଳ୍ପ ପ୍ରତିପାଳନ ପାଇଁ କେତେ ପ୍ରସ୍ତୁତ ଅଛୁ, ଆଜି ତାର ହିସାବ ଦେବାର ବେଳ। ପ୍ରଥମ ପ୍ରତିଶ୍ରୁତି ପାଳନ ସ୍ବରୂପ ଆମେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଉନ୍ମୁକ୍ତ କରିଥିଲୁ। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ଉନ୍ନତି ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରାଯାଇଛି। ପିଏମ୍‌ କିଷାନ ଯୋଜନାରେ ଚାଷୀମାନେ ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା ହୋଇଛି। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ସହାୟତା ମିଳିଛି। ଏହାଦ୍ବାରା ୧କୋଟିରୁ ଅଧିକ ମହିଳା ଉପକୃତ ହେବେ। ଓଡ଼ିଶାରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଯାହାଦ୍ବାରା ଦେଶର ୨୭ହଜାର ଡାକ୍ତରଖାନାରେ ଲୋକେ ସ୍ବାସ୍ଥ୍ୟସେବା ପାଇପାରିବେ। ଶିକ୍ଷାର ବିକାଶ ପାଇଁ ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ମାଧୋ ସିଂହ ହାତପାଣ୍ଠି ଯୋଜନା ବ୍ୟବସ୍ଥା ବି ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତି ଡାକ୍ତରଖାନାରେ ଅଧିକ ବିଶେଷଜ୍ଞ ସାଙ୍ଗକୁ ୩ହଜାର ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ନିଯୁକ୍ତି ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ନାମ ପଞ୍ଜୀକରଣ ପାଇଁ ଆବାସ ପୋର୍ଟାଲ ଆରମ୍ଭ ହୋଇଛି। ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି, ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି। ୫ ବର୍ଷରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବାପାଇଁ  ସରକାର ଲକ୍ଷ୍ୟ ରଖିଛନ୍ତି। କ୍ରୀଡ଼ାର ବିକାଶ ପାଇଁ ରାଜଧାନୀରେ ନୂଆ ଷ୍ଟାଡିୟମ୍‌ ହେବ। ଶିଳ୍ପର ବିକାଶ ପାଇଁ ଭୁବନେଶ୍ବରରେ ଏଫ୍‌ଡିଆଇ (ବିଦେଶୀ ପୁଞ୍ଜି ନିବେଶ) ପାର୍କ, ପୋଷାକ ତିଆରି ମେଗା ପ୍ଲାଣ୍ଟ, ୧୧ଟି ଏମ୍‌ଏସ୍‌ଏମ୍‌ଇ ପାର୍କ, ରାଉରକେଲା, ସମ୍ବଲପୁର, ପାରାଦୀପ ଓ ଧାମରାରେ ଶିଳ୍ପ କରିଡର୍‌ ହେବ। ଭୁବନେଶ୍ବର ଇନ୍‌ଫୋ ଭ୍ୟାଲିରେ ଦେଶର ପ୍ରଥମ ସେମି କଣ୍ଡକ୍ଟର ମାନୁଫାକ୍ଚରିଂ ଫାସିଲିଟି ପ୍ରତିଷ୍ଠା ହେବ। ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୫୦ହଜାର ନିଯୁକ୍ତି ସୃଷ୍ଟି କରାଯିବ। ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଜରିଆରେ ବର୍ତ୍ତମାନ ସୁଦ୍ଧା ଶିଳ୍ପ କ୍ଷେତ୍ରରେ ୪୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୨୬ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ଏ କ୍ଷେତ୍ରରେ ୩୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇସାରିଛି। ଏହାକୁ ୧ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଓଡ଼ିଶାକୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ୧୦୦ ଦିନ ଭିତରେ ୭୧ଟି ମାମଲା ରୁଜୁ ହୋଇଛି। ୫୮ଜଣ ଦୁର୍ନୀତିଖୋର ଅଧିକାରୀ ଜେଲ୍‌ ଯାଇଛନ୍ତି। ଏଥିରୁ ୧୭ଜଣ ପ୍ରଥମ ଶ୍ରେଣୀ ଓ ୭ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 
   ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଗାଁରୁ ବିକାଶର ପର୍ବ ଆରମ୍ଭ ହେବ। ମା’ମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରିବୁ। ଆଶା, ସବୁ ସୁଭଦ୍ରାମାନେ ବିକାଶର ରଥକୁ ଆଗେଇ ନେବେ। ଦକ୍ଷତା ବିକାଶ, ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦଚରଣ ସ୍ବାଇଁ କହିଥିଲେ, ସରକାର ୪ଟି ମଲ୍ଟି ମୋଡାଲ୍‌ ଲଜିଷ୍ଟିକ୍‌ ପାର୍କ କରିବେ। ଯେଉଁଠିକୁ ରେଳ, ବିମାନ, ଜଳପଥର ସଂଯୋଗୀକରଣ ହେବ। ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପକୂଳ ଜିଲ୍ଲାରେ ଶୀତଳଭଣ୍ଡାର ନିର୍ମାଣ ହେବ ବୋଲି କହିଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଥିଲେ, ପୁରୀ ଜଗନ୍ନାଥ ମେଡିକାଲ୍‌ କଲେଜରେ ନର୍ସିଂ କଲେଜ ଖୋଲିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ଓ ଜଗତସିଂହପୁର ସାଂସଦଙ୍କ ସମେତ ପୁରୀ ଜିଲ୍ଲାର ୫ ନିର୍ବାଚନମଣ୍ଡଳୀର ବିଧାୟକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିର ୧୦୦ ଦିନର ରିପୋର୍ଟ କାର୍ଡ ସଂପର୍କିତ ସୂଚନା ପୁସ୍ତିକା ଲୋକାର୍ପଣ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସେଥିରୁ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିସାରିଛୁ। ସଂକଳ୍ପପତ୍ରର ବାକି ପ୍ରତିଶ୍ରୁତି ୫ ବର୍ଷ ଭିତରେ ପୂରଣ କରି ଦେଖାଇବୁ। ୧୦୦ ଦିନର ଏ ସଫଳତାର ବିକାଶ ଯାତ୍ରାରେ ମହାପ୍ରଭୁଙ୍କ ଆଶୀର୍ବାଦ ଆମ ଭିତରେ କର୍ମପ୍ରବଣତା ବଢ଼ାଇ ଦେଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କଥା କହି ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ସରକାର ପ୍ରଜାଙ୍କର। ପ୍ରଜାଙ୍କ ହିତ ଓ ସ୍ବାର୍ଥସାଧନ ସରକାରଙ୍କ ଦାୟିତ୍ବବୋଧ। ପୂର୍ବ ସରକାରରେ ବର୍ଷ ବର୍ଷ ଧରି ଲୋକଙ୍କ ଅଭିଯୋଗର ସମାଧାନ ହୋଇ ପାରୁନଥିଲା। ଏବେ ମନ୍ତ୍ରୀ, ବିଧାୟକ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚୁଛନ୍ତି ଓ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛନ୍ତି। ଲୋକଙ୍କୁ ଅଣଦେଖା ପାଇଁ ୨୪ ବର୍ଷର ଅହଙ୍କାରୀ ସରକାରର ପତନ ଘଟିଛି। ପୂର୍ବ ସରକାର ଭୋଟ୍‌ ରାଜନୀତି ପାଇଁ ମହାପ୍ରଭୁଙ୍କୁ ବ୍ୟବହାର କରିବାକୁ ବି ପଛାଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ୧୦୦ ଦିନ ଭିତରେ ଆମେ କେତେ କାମ କରିଛୁ ଓ ବାକି ସଂକଳ୍ପ ପ୍ରତିପାଳନ ପାଇଁ କେତେ ପ୍ରସ୍ତୁତ ଅଛୁ, ଆଜି ତାର ହିସାବ ଦେବାର ବେଳ। ପ୍ରଥମ ପ୍ରତିଶ୍ରୁତି ପାଳନ ସ୍ବରୂପ ଆମେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଉନ୍ମୁକ୍ତ କରିଥିଲୁ। ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ଉନ୍ନତି ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରାଯାଇଛି। ପିଏମ୍‌ କିଷାନ ଯୋଜନାରେ ଚାଷୀମାନେ ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା ହୋଇଛି। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ସହାୟତା ମିଳିଛି। ଏହାଦ୍ବାରା ୧କୋଟିରୁ ଅଧିକ ମହିଳା ଉପକୃତ ହେବେ। ଓଡ଼ିଶାରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଯାହାଦ୍ବାରା ଦେଶର ୨୭ହଜାର ଡାକ୍ତରଖାନାରେ ଲୋକେ ସ୍ବାସ୍ଥ୍ୟସେବା ପାଇପାରିବେ। ଶିକ୍ଷାର ବିକାଶ ପାଇଁ ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ମାଧୋ ସିଂହ ହାତପାଣ୍ଠି ଯୋଜନା ବ୍ୟବସ୍ଥା ବି ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତି ଡାକ୍ତରଖାନାରେ ଅଧିକ ବିଶେଷଜ୍ଞ ସାଙ୍ଗକୁ ୩ହଜାର ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ନିଯୁକ୍ତି ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ନାମ ପଞ୍ଜୀକରଣ ପାଇଁ ଆବାସ ପୋର୍ଟାଲ ଆରମ୍ଭ ହୋଇଛି। 

ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି, ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି। ୫ ବର୍ଷରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବାପାଇଁ  ସରକାର ଲକ୍ଷ୍ୟ ରଖିଛନ୍ତି। କ୍ରୀଡ଼ାର ବିକାଶ ପାଇଁ ରାଜଧାନୀରେ ନୂଆ ଷ୍ଟାଡିୟମ୍‌ ହେବ। ଶିଳ୍ପର ବିକାଶ ପାଇଁ ଭୁବନେଶ୍ବରରେ ଏଫ୍‌ଡିଆଇ (ବିଦେଶୀ ପୁଞ୍ଜି ନିବେଶ) ପାର୍କ, ପୋଷାକ ତିଆରି ମେଗା ପ୍ଲାଣ୍ଟ, ୧୧ଟି ଏମ୍‌ଏସ୍‌ଏମ୍‌ଇ ପାର୍କ, ରାଉରକେଲା, ସମ୍ବଲପୁର, ପାରାଦୀପ ଓ ଧାମରାରେ ଶିଳ୍ପ କରିଡର୍‌ ହେବ। ଭୁବନେଶ୍ବର ଇନ୍‌ଫୋ ଭ୍ୟାଲିରେ ଦେଶର ପ୍ରଥମ ସେମି କଣ୍ଡକ୍ଟର ମାନୁଫାକ୍ଚରିଂ ଫାସିଲିଟି ପ୍ରତିଷ୍ଠା ହେବ। ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୫୦ହଜାର ନିଯୁକ୍ତି ସୃଷ୍ଟି କରାଯିବ। ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଜରିଆରେ ବର୍ତ୍ତମାନ ସୁଦ୍ଧା ଶିଳ୍ପ କ୍ଷେତ୍ରରେ ୪୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୨୬ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ଏ କ୍ଷେତ୍ରରେ ୩୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇସାରିଛି। ଏହାକୁ ୧ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଓଡ଼ିଶାକୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ୧୦୦ ଦିନ ଭିତରେ ୭୧ଟି ମାମଲା ରୁଜୁ ହୋଇଛି। ୫୮ଜଣ ଦୁର୍ନୀତିଖୋର ଅଧିକାରୀ ଜେଲ୍‌ ଯାଇଛନ୍ତି। ଏଥିରୁ ୧୭ଜଣ ପ୍ରଥମ ଶ୍ରେଣୀ ଓ ୭ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଗାଁରୁ ବିକାଶର ପର୍ବ ଆରମ୍ଭ ହେବ। ମା’ମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରିବୁ। ଆଶା, ସବୁ ସୁଭଦ୍ରାମାନେ ବିକାଶର ରଥକୁ ଆଗେଇ ନେବେ। ଦକ୍ଷତା ବିକାଶ, ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦଚରଣ ସ୍ବାଇଁ କହିଥିଲେ, ସରକାର ୪ଟି ମଲ୍ଟି ମୋଡାଲ୍‌ ଲଜିଷ୍ଟିକ୍‌ ପାର୍କ କରିବେ। ଯେଉଁଠିକୁ ରେଳ, ବିମାନ, ଜଳପଥର ସଂଯୋଗୀକରଣ ହେବ। ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପକୂଳ ଜିଲ୍ଲାରେ ଶୀତଳଭଣ୍ଡାର ନିର୍ମାଣ ହେବ ବୋଲି କହିଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଥିଲେ, ପୁରୀ ଜଗନ୍ନାଥ ମେଡିକାଲ୍‌ କଲେଜରେ ନର୍ସିଂ କଲେଜ ଖୋଲିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ଓ ଜଗତସିଂହପୁର ସାଂସଦଙ୍କ ସମେତ ପୁରୀ ଜିଲ୍ଲାର ୫ ନିର୍ବାଚନମଣ୍ଡଳୀର ବିଧାୟକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିର ୧୦୦ ଦିନର ରିପୋର୍ଟ କାର୍ଡ ସଂପର୍କିତ ସୂଚନା ପୁସ୍ତିକା ଲୋକାର୍ପଣ କରିଥିଲେ।